ETV Bharat / bharat

କୋରୋନା ଅପଡେଟ: ଗୁଜରାଟରେ 7797 ଓ ତାମିଲନାଡୁରେ 6535 ଆକ୍ରାନ୍ତ - Gujarat and Tamil Nadu covid 19 positives

ଗତ 24 ଘଣ୍ଟାରେ ଗୁଜରାଟରେ 394ଟି ନୂଆ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି ତାମିଲନାଡୁରେ ଶନିବାର 526 ପଜିଟିଭ ବାହାରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଗୁଜରାଟରେ 7797 ଓ ତାମିଲନାଡୁରେ 6535 ଆକ୍ରାନ୍ତ

author img

By

Published : May 10, 2020, 12:41 AM IST

ନୂଆଦିଲ୍ଲୀ: ଦେଶବ୍ୟାପୀ କୋରୋନାର ପ୍ରକୋପ ଦେଖିବାକୁ ମିଳିଛି । ଭାରତରେ 60 ହଜାର ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁରେ ଅବସ୍ଥା ସାଙ୍ଘାତିକ ହେବାରେ ଲାଗିଛି ।

ଗତ 24 ଘଣ୍ଟାରେ ଗୁଜରାଟରେ 394ଟି ନୂଆ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7797 ରହିଛି । ଏଥିରୁ 2091 ଜଣ ସୁସ୍ଥ ହୋଇଛନ୍ତି । ମୋଟ 472 ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ତାମିଲନାଡୁରେ ଶନିବାର 526 ପଜିଟିଭ ବାହାରିଛନ୍ତି । 4 ଜଣଙ୍କର ଚିକିତ୍ସାବେଳେ ମୃତ୍ୟୁ ଘଟିଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6535 ଛୁଇଁଛି । ତେବେ ମୃତ୍ୟୁସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି । ଏବେ ଯାଏଁ ମୋଟ 44 ଜଣଙ୍କର ମୃତ୍ୟୁ ହୋଇଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1867ଟି ମାମଲା ଚେନ୍ନାଇର କୋୟାମବେଡୁ ମାର୍କେଟରୁ ଆସିଥିବା ସ୍ପଷ୍ଟ ହୋଇଛି । ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଯାଏଁ ରାଜ୍ୟରେ ମୋଟ 4664 ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.