ETV Bharat / bharat

ଭାରତରେ କମିଛି କୋରୋନା ମୃତ୍ୟୁହାର, ବଢୁଛି ସୁସ୍ଥ ହାର: ସ୍ବାସ୍ଥ୍ୟ ମନ୍ତ୍ରାଳୟ

author img

By

Published : May 26, 2020, 7:14 PM IST

ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ମାମଲା କମ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଏହା ସହିତ ମୃତ୍ୟୁହାରରେ ମଧ୍ୟ ଭାରତର ସ୍ଥିତି ଭଲ ଥିବା ସେ ପ୍ରକାଶ କରିଛନ୍ତି ।

Corona recovery rate improved in India, death rate also decreased
ଭାରତରେ କମିଛି କୋରୋନା ମୃତ୍ୟୁହାର, ବଢୁଛି ସୁସ୍ଥ ହାର: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କୋରୋନାର ପ୍ରକୋପ ଜାରି ରହିଛି । ଏହି କ୍ରମରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 45 ହଜାର ପାର କରିଛି । ହେଲେ ମହାମାରୀ କୋରୋନାର ତାଜା ରିପୋର୍ଟକୁ ନେଇ ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି ।

ଦେଶରେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ମାମଲା କମ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଏହା ସହିତ ମୃତ୍ୟୁହାରରେ ମଧ୍ୟ ଭାରତର ସ୍ଥିତି ଭଲ ଥିବା ସେ ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୋରୋନାରେ ମୋଟ 60,490 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ବି ଆକ୍ରାନ୍ତଙ୍କୁ ସୁସ୍ଥ ହେବା ପ୍ରକ୍ରିୟା ଜାରି ରହିଛି । ଯାହାର ବର୍ତ୍ତମାନ ସ୍ଥିତି 41.61 ପ୍ରତିଶତ ରହିଛି । ସେହିପରି ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ବର୍ତ୍ତମାନ ଦେଶରେ ମୃତ୍ୟୁହାର 3.3 ପ୍ରତିଶତରୁ ଖସି 2.87 ପ୍ରତିଶତରେ ପହଞ୍ଚିଛି ।

ବିଶ୍ୱରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 4.4 ମୃତ୍ୟୁ ହୋଇଥିବାବେଳେ ଭାରତରେ 0.3 ମୃତ୍ୟୁ ଘଟିଛି । ଯାହା ବିଶ୍ୱ ତୁଳନା କମ ଅଟେ । କୋଭିଡ -19ର ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଏବଂ କଡା ପ୍ରତିବନ୍ଧକ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ଭାରତର ସର୍ବୋଚ୍ଚ ଚିକିତ୍ସା ସଂସ୍ଥା କହିଛି ଯେ, କୋଭିଡ -19 ଟୀକା ପାଇଁ ଅତି କମରେ 6 ମାସରେ ମଣିଷ ଉପରେ ପରୀକ୍ଷା କରାଯାଇପାରିବ । ସେହିପରି ଆଇସିଏମ୍ଆରର ମୁଖ୍ୟ ଡାକ୍ତର ରଜନୀ କାନ୍ତ କହିଛନ୍ତି ଯେ, ପୁନେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ଲାବ୍ରୋଟୋରୀରେ ଏହି ଭୂତାଣୁଙ୍କ ଷ୍ଟ୍ରେନ୍ ଅଲଗା ହୋଇଯାଇଛି । ବର୍ତ୍ତମାନ ଏହାକୁ ଟୀକା ତିଆରିରେ ବ୍ୟବହାର କରାଯିବ । ଏହି ଷ୍ଟ୍ରେନକୁ ସଫଳତାର ସହ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଆଇଏଲ)କୁ ସ୍ଥାନାନ୍ତରିତ କରାଯାଇଛି ।

ଆଇସିଏମଆର ଦାବି କରିଛି ଯେ ନିକଟ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି କୋରୋନା ଭୂତାଣୁର ବିସ୍ତାର ହାର ବହୁତ ଅଧିକ ରହିଛି । ଏଭଳି ସ୍ଥିତିରେ ମହାମାରୀର ପ୍ରସାରକୁ ରୋକିବା ପାଇଁ ଶାରୀରିକ ଦୂରତା, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସଂକ୍ରମଣ ନିୟନ୍ତ୍ରଣ ଭଳି ପଦକ୍ଷେପ ନେବାର ଆବଶ୍ୟକ ରହିଛି । ପ୍ରକାଶ ଥାଉ କି, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 7 ହଜାର କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ମାମଲାରୁ ସବୁଠାରୁ ଅଧିକ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.