ETV Bharat / bharat

ସାନିଟାଇଜର ପିଇ କୋରୋନା ପଜିଟିଭ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ଉତ୍ତରପ୍ରଦେଶ ନ୍ୟୁଜ

ସାନିଟାଇଜର ପିଇ କୋରୋନା ପଜିଟିଭ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକଙ୍କୁ ଗୁରୁତର ଅବସ୍ଥାରେ କାନପୁର ହାଲ୍ଲେଟ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

Corona positive youth drinks sanitiser, condition critical
ସାନିଟାଇଜର ପିଇ କୋରୋନା ପଜିଟିଭ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : May 1, 2020, 12:21 AM IST

ଲକ୍ଷ୍ନୌ: କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଆଇସୋଲେସନ ସେଣ୍ଟରରେ ସାନିଟାଇଜର ପିଇ କୋରୋନା ପଜିଟିଭ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଦେହାଟ ସରସୋଲ ଆଇସୋଲେସନ ସେଣ୍ଟରରେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ କାନପୁର ହାଲ୍ଲେଟ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଉକ୍ତ ଯୁବକ ଜଣଙ୍କ ଝାଡଖଣ୍ଡର ହୋଇଥିବା ବେଳେ ଦୁଇ ଦିନ ତଳେ ପୋଲିସ ତାକୁ ଅଟକ ରଖିଥିଲା । ଏହା ପରେ ଯୁବକର ଡାକ୍ତରୀ ସ୍କ୍ରିନିଂ କରାଯାଇ କୋରୋନା ପରୀକ୍ଷା କରାଯାଇଥିଲା । ଯୁବକର ରିପୋର୍ଟ ପଜିଟିଭ ଆସିବା ପରେ ଗୁରୁବାର ସକାଳେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । କିଛି ଘଣ୍ଟା ପରେ ଉକ୍ତ ଯୁବକ ଜଣକ ସାନିଟାଇଜର ପିଇ ଦେଇଥିଲେ । ଏହା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା ।

ହାଲ୍ଲେଟ୍ଟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ପ୍ରଫେସର ଆର କେ ମୌର୍ଯ୍ୟ କହିଛନ୍ତି ଯେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ସରସୋଲ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଏସ୍ ଏଲ୍ ଭର୍ମା କହିଛନ୍ତି ଯେ, ଉକ୍ତ ଯୁବକ ଜଣଙ୍କ କାନପୁର ଦେହାଟକୁ କିପରି ଆସିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସେ ମହାରାଷ୍ଟ୍ରରେ କାମ କରୁଥିବା ବେଳେ ନିଜ ରାଜ୍ୟକୁ ଯାଉଥିଲା ବୋଲି କହିଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.