ETV Bharat / bharat

ଦିଲ୍ଲୀ ଜେଲରେ 68 କର୍ମଚାରୀ ଓ ଅନ୍ତେବାସୀ କୋରୋନା ପଜେଟିଭ - ଦିଲ୍ଲୀ ଜେଲରେ 68 ଜଣ କର୍ମଚାରୀ ଓ ଅନ୍ତେବାସୀ କୋରୋନା ପଜେଟିଭ

ଦିଲ୍ଲୀ ଜେଲର 68 ଜଣ କର୍ମଚାରୀ ଓ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ । ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ....

corona positive in delhi jails
ଦିଲ୍ଲୀ ଜେଲରେ 68 ଜଣ କର୍ମଚାରୀ ଓ ଅନ୍ତେବାସୀ କୋରୋନା ପଜେଟିଭ
author img

By

Published : Jun 22, 2020, 3:23 PM IST

ନୂଆଦିଲ୍ଲୀ: ଦେଶକୁ ବ୍ୟାପିଛି କୋରୋନା ଭାଇରସ । ଏହି କିଲର ଭାଇରସ ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 425282 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 13699 ରହିଛି । ତେବେ ଏହି କ୍ରମରେ ଦିଲ୍ଲୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 59746 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 2175ରେ ପହଞ୍ଚିଛି । ତେବେ ଏହି ଭାଇରସ ଦିଲ୍ଲୀ ଜେଲକୁ ମଧ୍ୟ ବ୍ୟାପିଛି । ଦିଲ୍ଲୀ ଜେଲରେ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀ ଜେଲର 68 ଜଣ କର୍ମଚାରୀ ଓ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଜୁନ 21 ସୁଧା 23 ଅନ୍ତେବାସୀ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ । ତେବେ ସେମାନଙ୍କ ମଧ୍ୟରୁ 16 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 45 ଜଣ ଜେଲ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 7ଜଣ ଆରୋଗ୍ୟ ଲାଭ କରିଛନ୍ତି । ହେଲେ, ଏହି ସଂକ୍ରମଣରେ ଜେଲ କର୍ମଚାରୀଙ୍କ ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.