ଲକ୍ଷ୍ନୌ: ବାରାଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାର ସୁନ୍ଦରଲାଲ ହସ୍ପିଟାଲର ଲେବର ଥ୍ରୀ କୋଭିଡ ହସ୍ପିଟାଲରୁ ଲଗାତାର ଅବହେଳାର ଖବର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁବାକୁ ଚେଷ୍ଟା କରୁଛନ୍ତି।
ବିଏଚୟୁରେ ଅବହେଳା ମାମଲା ଜାରି ରହିଛି। ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମୃତଦେହ ଅଦଳବଦଳ ଠାରୁ ଅଡିଓ ଭାଇରାଲ ପର୍ଯ୍ୟନ୍ତ ଏବଂ ଅନେକ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ଅପେକ୍ଷା କରିବା । ଉଚିତ ଚିକିତ୍ସା ଅଭାବରୁ ଜଣେ ମହିଳା ନିବେଦନ କରିବାକୁ ସିଏମ ଯୋଗୀଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ପୁଅ ଡାକ୍ତରଖାନାରେ ସଠିକ ଭାବେ ଚିକିତ୍ସା ପାଇ ପାରୁନଥିଲେ।
ଗତକାଲି(ରବିବାର) ମଧ୍ୟ ଜଣେ ବ୍ୟକ୍ତି 4ର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଉ ଜଣେ ବ୍ୟକ୍ତି କୋଭିଡ ଥ୍ରୀ ଲେୟାର ହସ୍ପିଟାଲରୁ ଫେରାର ହୋଇଥିଲେ । ଏହା ପରେ ଏକ ନୂଆ ଭିଡିଓ ଭାଇରାଲ ହୋଇଛି ଏବଂ ପୁଣି ଥରେ ବିଏଚୟୁ ହସ୍ପିଟାଲ ଚର୍ଚ୍ଚାର ବିଷୟ ପାଲଟିଛି। ଏହି 8 ସେକେଣ୍ଡର ଏହି ଭିଡିଓ ବିଏଚୟୁ ସୁପର ସ୍ପେସିଆଲିଟି ସେଣ୍ଟର ଥ୍ରୀ ଲେୟାର କୋଭିଡ ହସ୍ପିଟାଲର ବୋଲି କୁହାଯାଉଛି । ଯେଉଁଥିରେ ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଭିତରକୁ ଯିବାକୁ କହୁଛନ୍ତି ।
ବିଏଚୟୁ ହସ୍ପିଟାଲରୁ ଆସୁଥିବା ଅବହେଳା ମାମଲା ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କେହି କିଛି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ