ETV Bharat / bharat

କୋରୋନା: ରାଜ୍ୟସ୍ତରୀୟ ନବରାତ୍ର ଉତ୍ସବ ବାତିଲ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

author img

By

Published : Sep 26, 2020, 8:54 PM IST

କୋରୋନା ମହାମାରୀ ଯୋଗୁଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଦଶହରାର ରାଜ୍ୟସ୍ତରୀୟ ନବରାତ୍ର କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା: ରାଜ୍ୟସ୍ତରୀୟ ନବରାତ୍ର ଉତ୍ସବ ବାତିଲ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ
କୋରୋନା: ରାଜ୍ୟସ୍ତରୀୟ ନବରାତ୍ର ଉତ୍ସବ ବାତିଲ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର: ରାଜ୍ୟସ୍ତରୀୟ ସ୍ବତନ୍ତ୍ର ନବରାତ୍ର ଉତ୍ସବକୁ ବାତିଲ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । କୋରୋନା ମହାମାରୀ ଯୋଗୁଁ ଗୁଜୁରାଟରେ ରାଜ୍ୟସ୍ତରୀୟ ନବରାତ୍ର ଉତ୍ସବକୁ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ।

ପ୍ରତିବର୍ଷ ଦଶହରା ଅବସରରେ ଗୁଜୁରାଟର ଅହମଦାବାଦରେ ନବରାତ୍ରୀ ପାଇଁ ରାଜ୍ୟସ୍ତରୀୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହା ବେଶ ଧୂମଧାମରେ ପାଳନ କରାଯାଇଥାଏ କିନ୍ତୁ ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ ସମସ୍ତ ପ୍ରକାରର ଜନଗହଳି ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋରୋନା ଗାଇଡଲାଇନ ଅନୁସାରେ ଦଶହରା ପାଳନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସୂଚନାଥାଉକି ଚଳିତ ବର୍ଷ ନବରାତ୍ର ଆସନ୍ତା ଅକ୍ଟୋବର 17 ରୁ ଆରମ୍ଭ ହୋଇ 25 ଅକ୍ଟୋବରେ ପର୍ଯ୍ୟନ୍ତ ପାଳନ କରାଯିବ । 25 ତାରିଖ ଦିନ ପବିତ୍ର ବିଜୟା ଦଶମୀ ରହିଛି । କୋରୋନା କଟକଣା ମଧ୍ୟରେ ଦଶହରା ପାଳନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.