ETV Bharat / bharat

ତିହାର ଜେଲ ପ୍ରଶାସନକୁ ଆଶ୍ବସ୍ତି: ତିନି ବିଚାରାଧୀନ କଏଦୀଙ୍କ କୋରୋନା ରିପୋର୍ଟ ନେଗେଟିଭ - prisoner of Tihar

ତିହାର ଜେଲରେ ବିଚାରାଧୀନ ତିନି ଜଣ କଏଦୀଙ୍କୁ କୋରୋନା ହେବା ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ତିନି ଜଣ କଏଦୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି । ଫଳରେ ତିହାର ଜେଲ ପ୍ରଶାସନକୁ ଆଶ୍ବସ୍ତି ମିଳିଛି । ତିନି ଦିନ ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ଏହି ତିନି ଜଣ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ ହୋଇ ତିହାର ଜେଲ ନମ୍ବର 2 ରେ ପହଞ୍ଚିଥିଲେ। ଅଧିକ ପଢନ୍ତୁ...

ତିହାର ଜେଲ ପ୍ରଶାସନକୁ ଆଶ୍ବସ୍ତି
ତିହାର ଜେଲ ପ୍ରଶାସନକୁ ଆଶ୍ବସ୍ତି
author img

By

Published : May 11, 2020, 11:23 PM IST

ନୂଆଦିଲ୍ଲୀ: ଦେଶର କୋରୋନା ସ୍ଥିତି ଉଦବେଗଜନକ ରହିଛି । ଦେଶର ଅନେକ ଜେଲ କର୍ମଚାରୀ ଓ କଏଦୀଙ୍କୁ କୋରୋନା ହେବା ଖବର ଗମ୍ଭୀର ସମସ୍ୟା ପାଲଟିବାରେ ଲାଗିଛି । ଏପରିସ୍ଥଳେ ତିହାର ଜେଲରେ ବିଚାରାଧୀନ ତିନି ଜଣ କଏଦୀଙ୍କୁ କୋରୋନା ହେବା ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ତିନି ଜଣ କଏଦୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି । ଫଳରେ ତିହାର ଜେଲ ପ୍ରଶାସନକୁ ଆଶ୍ବସ୍ତି ମିଳିଛି । ତିନି ଦିନ ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ଏହି ତିନି ଜଣ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ ହୋଇ ତିହାର ଜେଲ ନମ୍ବର 2ରେ ପହଞ୍ଚିଥିଲେ।

ସୂଚନାନୁସାରେ ଜଣେ 29 ବର୍ଷ ବୟସ୍କ କଏଦୀ ତିହାର ଜେଲ ନମ୍ବର ଦୁଇରେ ପହଞ୍ଚିବା ପରେ ଏହି ଘଟଣାର ସୂତ୍ରପାତ୍ର ହୋଇଥିଲା । ଦୁଷ୍ମର୍ମ ଅଭିଯୋଗରେ କଏଦୀଙ୍କୁ ନାଭି କରିମ ପୋଲିସ ଷ୍ଟେସନରୁ କେନ୍ଦ୍ରୀୟ ଜିଲ୍ଲା ପୋଲିସ ଗିରଫ କରିଥିଲା । କଏଦୀ ଜେଲକୁ ଯିବା ପରେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ପୀଡିତା କୋରୋନା ପଜିଟିଭ ଜଣାପଡିଥିଲା । ଏହାପରେ ଅଭିଯୁକ୍ତ କୋରୋନା ସଂକ୍ରମିତ ଥିବା ନେଇ ଜେଲରେ ହୋ ହାଲ୍ଲା ହୋଇଥିଲା ।

ଦିଲ୍ଲୀ ଜେଲର ଅତିରିକ୍ତ ଇନ୍ସପେକ୍ଟର ରାଜ କୁମାରଙ୍କ ଅନୁଯାୟୀ, ତିନିଜଣ କଏଦୀଙ୍କ କୋରୋନା ପରୀକ୍ଷା ନମୁନା ପଠାଯାଇଛି । ସୋମବାର ଆସିଥିବା ରିପୋର୍ଟ ଅନୁଯାୟୀ ଏହି ତିନିଜଣଙ୍କ ଠାରେ କୌଣସି କୋରୋନା ସଂକ୍ରମଣର ଲକ୍ଷଣ ନାହିଁ ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.