ETV Bharat / bharat

ମେଡିକାଲ ବିରୋଧରେ ଅଭିଯୋଗ ଆଣିଲେ କୋରୋନା ଆକ୍ରାନ୍ତ କନେଷ୍ଟବଳ

ଦିଲ୍ଲୀର ଚୌଧୁରୀ ବ୍ରହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାରେ ଉପଯୁକ୍ତ ଚିକିତ୍ସା ସୁବିଧା ନଥିବା ନେଇ ଅଭିଯୋଗ ଆଣିଛନ୍ତି କୋରୋନା ଆକ୍ରାନ୍ତ ଥିବା ପୋଲିସ୍ କନଷ୍ଟେବଳ ।

author img

By

Published : Apr 22, 2020, 12:59 PM IST

medical facility complain
ମେଡିକାଲ ବିରୋଧରେ ଅଭିଯୋଗ ଆଣିଲେ କୋରୋନା ଆକ୍ରାନ୍ତ କନେଷ୍ଟବଳ

ନୂଆଦିଲ୍ଲୀ: ମେଡିକାଲ ସୁବିଧା ବିରୋଧରେ ଅଭିଯୋଗ ଆଣିଲେ କୋରୋନା ଆକ୍ରାନ୍ତ ଥିବା ପୋଲିସ୍ କନଷ୍ଟବଳ । ଦିଲ୍ଲୀର ଚୌଧୁରୀ ବ୍ରହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନରେ ଉପଯୁକ୍ତ ଚିକିତ୍ସା ସୁବିଧା ନଥିବା ନେଇ ଅଭିଯୋଗ ଆଣିଛନ୍ତି କୋରୋନା ଆକ୍ରାନ୍ତ ଥିବା ପୋଲିସ୍ କନଷ୍ଟେବଳ । ଗତ ଏପ୍ରିଲ 17 ରେ ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଥିବା ବେଳେ ସେ ସେଠାରେ କ୍ବାରେଣ୍ଟିନରେ ରହିଛନ୍ତି ।

କେବଳ ଗୋଟିଏ ସାଧାରଣ ୱାଶରୁମ୍ ସହିତ ଅତି କମରେ 20 ଜଣଙ୍କୁ ସମାନ ଚଟାଣରେ ରଖାଯାଏ। ହସ୍ପିଟାଲର କର୍ମଚାରୀମାନେ ନିୟମିତ ଭାବରେ ବେଡସିଟ୍ ଏବଂ ତକିଆ କଭର ପରିବର୍ତ୍ତନ କରୁ ନାହାଁନ୍ତି। ଡାକ୍ତରଖାନାରେ ସ୍ୱଚ୍ଛତା ରକ୍ଷଣାବେକ୍ଷଣ କରାଯାଉ ନାହିଁ ଏବଂ କର୍ତ୍ତୃପକ୍ଷ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଉ ନଥିବା ପୋଲିସ କନେଷ୍ଟବଳ ଏକ ଭିଡିଓ ଜରିଆରେ କହିଛନ୍ତି ।

ଭାଇରାଲ ହୋଇଥିବା ଏହି ଭିଡିଓରେ ଟୋମର କହିଛନ୍ତି, ମୁଁ କୋରୋନା ସଂକ୍ରମିତ ହେବା ସତ୍ତ୍ୱେ ମୋ ପରିବାର ସଦସ୍ୟଙ୍କ କୋରୋନା ପରୀକ୍ଷା କରାଯାଇ ନାହିଁ। ମୋ ପରୀକ୍ଷା ସରିବା ପରେ ମୋତେ ଡାକ୍ତରଖାନା କର୍ମଚାରୀମାନେ ଏକ ଘରୋଇ ଡାକ୍ତରଖାନା ଯିବାକୁ କହିଥିଲେ। ଏପରିକି ସେମାନେ ମୋତେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ଏଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଲୋକଙ୍କୁ ସାହାଯ୍ୟ କରନ୍ତୁ । ଜ୍ବର ସତ୍ତ୍ୱେ ରୋଗୀଙ୍କୁ ଏଠାରେ ସାନିଟାଇଜର ଏବଂ ଉଷୁମ ପାଣି ଯୋଗାଇ ଦିଆଯାଉ ନାହିଁ।

ଏହି ଖବର ଜାଣିବା ପରେ ପଶ୍ଚିମ ଦିଲ୍ଲୀର ଡିସିପି କହିଛନ୍ତି, ଆମେ ଆମର କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରର ଯତ୍ନ ନେବୁ। ଆମେମାନେ ଆସିଏମଆର ନିର୍ଦ୍ଦେଶାବଳୀକୁ ପାଳୁଛୁ । ଆମେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ମେଡିକାଲରେ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଆଲୋଚନା କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.