ETV Bharat / bharat

କୋରୋନା ମୁକାବିଲା: ଉତ୍ତରାଖଣ୍ଡରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିଲା ଗଙ୍ଗାଜଳ - pm modi

ମାଆ ଗଙ୍ଗୋତ୍ରୀଙ୍କ ଦ୍ବାର ଖୋଲିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଗଙ୍ଗୋତ୍ରୀ ଧାମରେ ପ୍ରଥମ ପୂଜା କରାଯାଇଥିଲା। ମନ୍ଦିର ସମିତି ପକ୍ଷରୁ ସୋମବାର ଗଙ୍ଗୋତ୍ରୀ ଧାମରେ କଳସୀରେ ଗଙ୍ଗାଜଳ ଭରି ବିଶେଷ ପୂଜାର୍ଚ୍ଚନା କରାଯାଇଛି । ଅଧିକ ପଢନ୍ତୁ...

Corona: Ganga water sent from Uttarakhand to PM Modi
ମାଆ ଗଙ୍ଗୋତ୍ରୀ
author img

By

Published : Apr 28, 2020, 8:14 AM IST

Updated : Apr 28, 2020, 8:34 AM IST

ଡେରାଡୁନ: ଦେଶରେ କୋରୋନା ପ୍ରକୋପ ଜାରି ରହିଛି । ଏହି ଅବସରରେ କିପରି ଦେଶବାସୀଙ୍କୁ ସୁରକ୍ଷିତ ଓ କୋରୋନା ଠାରୁ ଦୂରେଇ ରଖିବେ ସେନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି । ଏଥିପାଇଁ ମୋଦିଙ୍କୁ କୋରୋନା ବିରୋଧରେ ଲଢେଇ ପାଇଁ ଶକ୍ତି ଓ ଭଗବାନଙ୍କ ଆଶୀର୍ବାଦର ଆବଶ୍ୟକ ରହିଛି । ଯାହାକୁନେଇ ଉତ୍ତରାଖଣ୍ଡ ଚାରି ଧାମ ମଧ୍ୟରୁ ମାଆ ଗଙ୍ଗାଙ୍କ ପବିତ୍ର ଧାମ ଗଙ୍ଗୋତ୍ରୀରୁ ମୋଦିଙ୍କ ପାଇଁ ଗଙ୍ଗାଜଳ ପଠାଯାଇଛି ।

ଗଙ୍ଗୋତ୍ରୀ ମନ୍ଦିର ସମିତି ପକ୍ଷରୁ ସୋମବାର ଗଙ୍ଗୋତ୍ରୀ ଧାମରେ କଳସୀରେ ଗଙ୍ଗାଜଳ ଭରି ବିଶେଷ ପୂଜାର୍ଚ୍ଚନା କରାଯାଇଛି । ଏହପରେ ଗଙ୍ଗୋତ୍ରୀ ଧାମ ମନ୍ଦିର ସମିତି ସଚିବ ଅନ୍ୟ ଏକ ପୁରହିତକୁ ଏହି ପବିତ୍ର ଜଳ ଦେଇଥିଲେ । ଏହାପରେ ଡାକପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଯିବ । ସେ କହିଛନ୍ତି ମାଆ ଗଙ୍ଗା ହେଉଛନ୍ତି ମୋକ୍ଷ ଦାୟିନୀ । ସେ ପିଏମଙ୍କୁ କୋରୋନା ସହ ଲଢେଇବାରେ ସାହାର୍ଯ୍ୟ କରିବେ ।

ରବିବାର ଅକ୍ଷୟ ତୃତୀୟା ଅବସରରେ ବିଧି ବିଧାନରେ ମାଆ ଗଙ୍ଗୋତ୍ରୀ ଧାମର ଦ୍ୱାର 6 ମାସ ପାଇଁ ଖୋଲା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଗଙ୍ଗୋତ୍ରୀ ଧାମରେ ପ୍ରଥମ ପୂଜା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଦକ୍ଷିଣା ଭାବରେ 1100 ଟଙ୍କା ପଠାଇଛନ୍ତି। ଏହି ଦକ୍ଷିଣା ଭଟୱାଡି ଏସଡିଏମ ଦେବେନ୍ଦ୍ର ସିଂ ନେଗି ମୋଦୀଙ୍କ ତରଫରୁ ଗଙ୍ଗୋତ୍ରୀ ଧାମ ମନ୍ଦିର କମିଟିକୁ ଏହା ଦେଇଛନ୍ତି ।

Last Updated : Apr 28, 2020, 8:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.