ETV Bharat / bharat

କୋରୋନା ଭୟ: ଘର ମୁହାଁ ଲୋକେ, ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ - କୋରୋନା ଭୟ

କୋରୋନା ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ଲୋକେ ଘର ମୁହାଁ ହେଉଛନ୍ତି ଲୋକେ । ନିଜ ନିଜ ଘରକୁ ଫେରିଆସିବା ପାଇଁ ହଜାର ହଜାର ଲୋକ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସରେ ଟ୍ରେନକୁ ଅପେକ୍ଷା କରି ରହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଭୟ: ଘର ମୁହାଁ ଲୋକେ, ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭୀଡ

author img

By

Published : Mar 21, 2020, 8:20 AM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ଚିନ୍ତିତ ସାରା ବିଶ୍ବ । ଭାରତରେ ବି ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ଘର ମୁହାଁ ହେଉଛନ୍ତି ଲେକେ । ନିଜ ନିଜ ଘରକୁ ଫେରିଆସିବା ପାଇଁ ହଜାର ହଜାର ଲୋକ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସରେ ଟ୍ରେନକୁ ଅପେକ୍ଷା କରି ରହିଛନ୍ତି ।

ଅନ୍ୟପକ୍ଷେ ରିଜର୍ଭେସନ ଟିକଟ ଥିବା ସତ୍ତ୍ବେ ଅନେକ ଯାତ୍ରୀ ସିଟ୍‌ ନପାଇ ଟ୍ରେନରେ ଛିଡା ହୋଇ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ କୋରୋନାକୁ ନେଇ ବାହାରେ ରହି ପଢୁଥିବା କିମ୍ବା ଚାକିରୀ କରୁଥିବା ପିଲାଙ୍କ ପାଇଁ ଚିନ୍ତିତ ସେମାନଙ୍କ ବାପା ମାଆ । ଫଳରେ ବାପା ମାଆ ଘରକୁ ପଳାଇ ଆସିବାକୁ କହିଛନ୍ତି ବୋଲି ଜଣେ ଯାତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

କୋରୋନା ଯୋଗୁଁ ଭାରତରେ 5 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାଇରସ ପ୍ରଭାବରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 200 ଛୁଇଁଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜନତା କର୍ଫ୍ୟୁ ପାଇଁ ନାଗରିକଙ୍କୁ ଅପିଲ କରିଛନ୍ତି । ଜନତା କର୍ଫ୍ୟୁ ଯୋଗୁଁ ରବିବାର ଅନେକ ଟ୍ରେନ ବାତିଲ ରହିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.