ETV Bharat / bharat

କୋରୋନା ସନ୍ଦିଗ୍ଧଙ୍କ ସୂଚନା ଦେବାରୁ ଯୁବକଙ୍କୁ ହତ୍ୟା - corona effect young man killed

ବିହାରର ସିତାମଢି ଜିଲ୍ଲାରେ ମହାରାଷ୍ଟ୍ରରୁ ଫେରିଥିବା 2 କୋରୋନା ସନ୍ଦିଗ୍ଧଙ୍କ ବାବଦରେ ସୂଚନା ଦେବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

corona effect young man killed
ଯୁବକଙ୍କ ହତ୍ୟା
author img

By

Published : Mar 30, 2020, 11:29 PM IST

ପାଟନା: କୋରୋନା ଭାଇରସର ସନ୍ଦିଗ୍ଧ ବାବଦରେ ସୂଚନା ଦେବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ବିହାରର ସିତାମଢି ଜିଲ୍ଲାରେ ମହାରାଷ୍ଟ୍ରରୁ ଫେରିଥିବା 2 କୋରୋନା ସନ୍ଦିଗ୍ଧଙ୍କ ବାବଦରେ ସୂଚନା ଦେବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

ସୂଚନା ଅନୁସାରେ, ବିହାରର ସୀତାମଢି ଜିଲ୍ଲା ସ୍ଥିତ ମଧୈଲ ଗାଁରେ ଗୋଟେ ପରିବାରର 2ଜଣ ମହାରାଷ୍ଟ୍ରରୁ ସୋମବାର ନିଜ ଗାଁକୁ ଫେରିଥିଲେ । ଏହି ଦୁଇ ଜଣଙ୍କ ବାବଦରେ ସେହି ଗାଁରେ ରହୁଥିବା ବବଲୁ କୁମାର ନାମକ ଜଣେ ଯୁବକ ଏନେଇ କୋରୋନା ହେଲ୍ପ ଲାଇନ ସେଣ୍ଟରରେ ସୂଚନା ଦେଇଥିଲେ ।

ଏହି କାରଣରୁ କୋରୋନା ସନ୍ଦିଗ୍ଧ ବ୍ୟକ୍ତି 2ଜଣ ଉତ୍‌କ୍ଷିପ୍ତ ହୋଇ ସ୍ବାସ୍ଥ୍ୟ ବିଭାଗକୁ ନିଜ ରକ୍ତ ନମୁନା ପରୀକ୍ଷା ପାଇଁ ଦେବା ପରେ ନିଜ ପରିବାରର ଅନ୍ୟ 5 ସଦସ୍ୟଙ୍କ ସହ ମିଶି ବବଲୁକୁ ପିଟି ପିଟି ହତ୍ୟା କରିଛନ୍ତି ।

ପୋଲିସ ଏନେଇ 7 ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବା ସହ ଗାଁ ଲୋକଙ୍କୁ ପଚରାଉଚରା ଜାରି ରଖିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.