ETV Bharat / bharat

ଗରିବଙ୍କ ପାଇଁ ବରଦାନ ପାଲଟିଛି କୋରୋନା,ରାସନ କାର୍ଡରେ ମିଳୁଛି ମାଗଣା ଚିକେନ

ରାସନ କାର୍ଡରେ ମିଳୁଛି ମାଗଣା ଚିକେନ । ଗରିବଙ୍କ ପାଇଁ ବରଦାନ ପାଲଟିଛି କୋରୋନା । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଦେଖିୂବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ...

shopkeepers give chicken to bpl ration holder for free
ରାସନ କାର୍ଡରେ ମିଳୁଛି ମାଗଣା ଚିକେନ
author img

By

Published : Mar 17, 2020, 2:35 PM IST

ଲକ୍ଷ୍ନୌ: କୋରୋନା ଭାଇରସ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପିବାରେ ଲାଗିଛି । ଯେପରି ଏହା ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । କିନ୍ତୁ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ରାସନ କାର୍ଡ ସାହାଯ୍ୟରେ ବିପିଏଲ ଉପଭୋକ୍ତାଙ୍କୁ ମାଗଣାରେ ଦିଆଯାଉଛି ଚିକେନ ।

shopkeepers give chicken to bpl ration holder for free
ରାସନ କାର୍ଡରେ ମିଳୁଛି ମାଗଣା ଚିକେନ

କାରଣ ଚିକେନ ଖାଇବା ଦ୍ବାରା କୋରୋନା ବ୍ୟାପୁଥିବା ନେଇ ଗୁଜବ ହେବା ପରେ ବେପାର ମାନ୍ଦା ପଡିଯାଇଛି । ଫଳରେ ଚିକେନ ବ୍ୟବସାୟୀ ମାଗଣାରେ ଗରିବ ଲୋକଙ୍କୁ ଚିକେନ ଦେଉଛନ୍ତି ।ଫଳରେ ଦୋକାନ ସାମନାରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଭିଡ । ଏହାସହ ସାଧାରଣ ବର୍ଗଙ୍କ ପାଇଁ କିଲୋପ୍ରତି 20ଟଙ୍କାରେ ବିକ୍ରି ହେଉଛି ।

ଦୋକାନରେ 20 ଟଙ୍କା କିଲୋପ୍ରତି ପୋଷ୍ଟରରେ ଲେଖାଯାଇ ଲୋକଙ୍କୁ ଆକର୍ଷିତ କରାଯାଉଛି । କାରଣ ଭୟରେ ଲୋକେ ଚିକେନ ଖାଇଭା ଏକ ପ୍ରକାର ଛାଡିଦେଇଥିଲେ । ଫଳରେ ବ୍ୟବସାୟରେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ବ୍ୟବସାୟୀ । ଏପଟେ ମାଗଣାରେ ଚିକେନ ପାଉଛନ୍ତି ଗରିବ । ଫଳରେ ସେମାନେ ଖୁସି ହେଉଥିବା ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.