ETV Bharat / bharat

କୋରୋନା ପ୍ରଭାବ: ନବଜାତକ ଯାଆଁଳା ଶିଶୁର ନାଁ 'କ୍ବାରେନଣ୍ଟାଇନ' ଓ 'ସାନିଟାଇଜର'

ଉତ୍ତରପ୍ରଦେଶ ମିରଟର ମୋଦିପୁରମ ଅଞ୍ଚଳର ପବରସା ଗାଁରୁ ଏକ ଅଦ୍ଭୁତ ଖବର ଆସିଛି । ଜଣେ ଦମ୍ପତି ନିଜ ଯାଆଁଳା ଶିଶୁଙ୍କ ନାଁ କ୍ବାରେନଣ୍ଟାଇନ ଓ ସାନିଟାଇଜର ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 26, 2020, 4:57 PM IST

Corona effect: Newborn twins' names' quarantine 'and' sanitizer '
କୋରୋନା ପ୍ରଭାବ: ନବଜାତକ ଯାଆଁଳା ଶିଶୁର ନାଁ 'କ୍ବାରେନଣ୍ଟାଇନ' ଓ 'ସାନିଟାଇଜର'

ମିରଟ: ବିଶ୍ବବ୍ୟାପୀ କୋରୋନା ନିଜର କାୟା ବିସ୍ତାର କରୁଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରୟାସ ଜାରି ରହିଛି । ବର୍ତ୍ତମାନ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଏହି ମହାମାରୀର ମୁକାବିଲା ପାଇଁ ଗୁରୁତ୍ବ ଦିଆଯାଉଥିବା ବେଳେ ଏହା ଲୋକଙ୍କ ଜୀବନଶୈଳୀକୁ ବିଶେଷ ଭାବେ ପ୍ରଭାବିତ କରିଛି । ଏପରିସ୍ଥିତିରେ ଅନେକ ବିଚିତ୍ର ଖବର ଶୁଣିବାକୁ ମିଳିଛି । ଏମିତି ଏକ ଖବର ଆସିଛି ଉତ୍ତରପ୍ରଦେଶ ମିରଟର ମୋଦିପୁରମ ଅଞ୍ଚଳର ପବରସା ଗାଁରୁ । ଯେଉଁଠାରେ ବେନୁ ଓ ଧର୍ମେନ୍ଦ୍ର ନାମକ ଜଣେ ଦମ୍ପତି ନିଜ ଯାଆଁଳା ଶିଶୁଙ୍କ ନାଁ କ୍ବାରେନଣ୍ଟାଇନ ଓ ସାନିଟାଇଜର ରଖିଛନ୍ତି । ଉଭୟ ନିଜ ଶିଶୁଙ୍କ ଏଭଳି ନାମ ରଖିଥିବାରୁ ସାରା ଗାଁରେ ଏବେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ଏନେଇ ବେନୁ ଓ ଧର୍ମେନ୍ଦ୍ର କହିଛନ୍ତି ଯେ, କ୍ବାରେନଣ୍ଟାଇନ ଏବଂ ସାନିଟାଇଜର ସେମାନଙ୍କ ଜୀବନର 2ଟି ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଯାଇଛି । ଏହି 2ଟି ସାମଗ୍ରୀ ସେମାନଙ୍କୁ କୋରୋନା କବଳରୁ ସୁରକ୍ଷା ଦେଉଛି । ତେବେ ଏହି ସୁରକ୍ଷାର ପ୍ରତୀକ ଆମକୁ ସାରା ଜୀବନ ଯେମିତି ହୃଦବୋଧ ରହିବ ସେ ଲାଗି ଆମେ ଆମ ସନ୍ତାନଙ୍କ ନାଁ ଏପରି ରଖିଛୁ ।

ସେହିପରି ବେନୁ କହିଛନ୍ତି ଯେ, ପ୍ରସବ ସମୟରେ ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିଥିଲା । ତାଙ୍କୁ ସବୁଠାରେ କୋରୋନା ପରୀକ୍ଷା କରିବାକୁ କୁହାଯାଇଥିଲା । ବିନା କୋଭିଡ ପରୀକ୍ଷାରେ ତାଙ୍କର ଡେଲିଭରୀ କରିବେନାହିଁ ବୋଲି ତାଙ୍କ ଚିକିତ୍ସା କରୁଥିବା ମହିଳା ଡାକ୍ତର କହିଥିଲେ । ଏମିତି ସମୟରେ ପ୍ରତିମା ତୋମର ନାମକ ଜଣେ ମହିଳା ତାଙ୍କ ପରୀକ୍ଷା କରିବା ସହ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ । ଉଭୟ ଶିଶୁଙ୍କ ଡେଲିଭରୀ ପରେ କ୍ବାରେନଣ୍ଟାଇନ ଓ ସାନିଟାଇଜର ଦମ୍ପତିଙ୍କୁ ସୁରକ୍ଷା କବଚ ଭାବେ ମନେ ହୋଇଥିଲା । ଯାହା ଫଳରେ ସେମାନେ ନିଜ ଶିଶୁଙ୍କ ଏହା ରଖିଥିଲେ ।

ପ୍ରକାଶ ଥାଉ କି, ଏହି ଦମ୍ପତିଙ୍କ ପୂର୍ବରୁ ଗୋଟିଏ ଝିଅ ଥିବାବେଳେ ତାର ନାଁ ମନି ରଖାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.