ETV Bharat / bharat

କୋରୋନା ମୁକାବିଲାରେ କେଜ୍ରିୱାଲ ନଂ-1 ସିଏମ:ସର୍ଭେ ରିପୋର୍ଟ

ସମଗ୍ର ଦେଶରେ କୋରୋନା ଭାଇରସ ମୃତ୍ୟୁ ସଂଖ୍ୟା 2000ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 60000ରେ ପହଞ୍ଚିଛି । ଏପଟେ କୋରୋନା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଣନୀତି ଲୋକଙ୍କୁ ବେଶ ପସନ୍ଦ ଆସିଛି । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ତେବେ ଏହି ରିପୋର୍ଟ ଦୁଇଟି ଗଣମାଧ୍ୟମର ସର୍ଭେରେ ପ୍ରକାଶ ପାଇଛି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି।

author img

By

Published : May 10, 2020, 8:10 AM IST

kejriwal no-1 cm
କୋରୋନା ମୁକାବିଲାରେ କେଜ୍ରିୱାଲ ନଂ-1 ସିଏମ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଭାଇରସ ମୃତ୍ୟୁ ସଂଖ୍ୟା 2000ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 60000ରେ ପହଞ୍ଚିଛି । କୋରୋନାକୁ ନେଇ ସମଗ୍ର ଦେଶ ଗତ 50 ଦିନ କୋରୋନା ବିରୋଧରେ ଲଢେଇ ଜାରି ରଖିଛି । ଏପଟେ କୋରୋନା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଣନୀତି ଲୋକଙ୍କୁ ବେଶ ପସନ୍ଦ ଆସିଛି । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ତେବେ ଏହି ରିପୋର୍ଟ ଦୁଇଟି ଗଣମାଧ୍ୟମର ସର୍ଭେରେ ପ୍ରକାଶ ପାଇଛି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି।

ଏହି ସର୍ଭେ ଅନୁଯାୟୀ, ଦେଶର 6ଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା, ବାଙ୍ଗାଲୋର, ହାଇଦ୍ରାବାଦ ଏବଂ ଚେନ୍ନାଇର ଏହି ସର୍ଭେ କରାଯାଇଥିଲା। ସର୍ଭେରେ ଏକ ପ୍ରଶ୍ନ ପଚରାଯାଇଥିଲା କି ପ୍ରଧାନମନ୍ତ୍ରୀ ମୋଦୀ କୋରୋନା ବିରୋଧରେ ନେଇଥିବା ପଦକ୍ଷେପକୁ ନେଇ ଦେଶର ଲୋକମାନେ ସନ୍ତୁଷ୍ଟ କି? ଏଥିରେ ପ୍ରତ୍ୟେକ ସହରର 100 ଜଣ ଲୋକଙ୍କୁ ଏହି ପ୍ରଶ୍ନ ପଚରା ଯାଇଥିଲା। ତେବେ ଏହି ସମସ୍ତ ଲୋକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଦେଖନ୍ତି । ଏହି ସର୍ଭେ ଅନଲାଇନରେ କରାଯାଇଥିଲା ଏବଂ ଏହାର ସାମ୍ପୁଲ ଆକାର 600 ଅଟେ।

ତେବେ ଏହି ସର୍ଭେରେ କୋରୋନା ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବା ପଦକ୍ଷେପକୁ ସମସ୍ତେ ସମର୍ଥନ କରିଥିଲେ । ମୋଦିଙ୍କୁ ମୋଟ 71 ପ୍ରତିଶତ ରେଟିଂ ମିଳିଛି । ଦିଲ୍ଲୀର ସର୍ବାଧିକ ରେଟିଂ 86%, ମୁମ୍ବାଇ 79%, କୋଲକାତା 59%, ବେଙ୍ଗାଲୁରୁ 69%, ହାଇଦ୍ରାବାଦ 74% ଏବଂ ଚେନ୍ନାଇ 51% ରହିଛି।

ପ୍ରକାଶ ଥାଉକି, ଗତ 2019 ଏପ୍ରିଲରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଲୋକପ୍ରିୟତା 7.1 ପ୍ରତିଶତ ଥିଲା । ଯାହା ବର୍ତ୍ତମାନ 2020 ମେ ମାସରେ ରେ 7.9 ପ୍ରତିଶତକୁ ବୃଦ୍ଧି ପାଇଛି ।

ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। କେଜ୍ରିୱାଲଙ୍କୁ 65% ମାନ୍ୟତା ଦିଆଯାଇଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଦ୍ୱିତୀୟ ସ୍ଥାନରେ ଥିବାବେଳେ ସେ 56 ପ୍ରତିଶତ ରେଟିଂ ପାଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ଚତୁର୍ଥ ସ୍ଥାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନୀସ୍ବାମୀ ରହିଛନ୍ତି । ପଲାନିସ୍ୱାମୀଙ୍କୁ 40 ପ୍ରତିଶତ ରେଟିଂ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.