ETV Bharat / bharat

ଆମେରିକା ପରେ ବ୍ରିଟେନ ଅବସ୍ଥା ସାଙ୍ଘାତିକ, ମୃତ୍ୟୁହାରରେ ଦ୍ବିତୀୟ ସ୍ଥାନରେ ବ୍ରିଟେନ - uk corona

ୟୁଏସରେ ଭୟଙ୍କର ରୂପ ଦେଖାଇଥିବା କୋରୋନା ଏବେ ୟୁକେରେ ତାଣ୍ଡବ ରଚିଛି । ପ୍ରତ୍ୟେକ ଦିନ ଦେଶରେ ବୃଦ୍ଧି ପାଉଛି ମୃତ୍ୟୁ ହାର । ଅଧିକ ପଢନ୍ତୁ...

ଆମେରିକା ପରେ ବ୍ରିଟେନ ଅବସ୍ଥା ସାଙ୍ଘାତିକ
ଆମେରିକା ପରେ ବ୍ରିଟେନ ଅବସ୍ଥା ସାଙ୍ଘାତିକ
author img

By

Published : May 16, 2020, 2:06 PM IST

ଲଣ୍ଡନ: କୋରୋନା ଭାଇରସରେ ସବୁଠୁ ଅତ୍ୟଧିକ ଆକ୍ରାନ୍ତ ହୋଇଥିବା ଦେଶ ଆମେରିକା ପରେ ବ୍ରିଟେନର ଅବସ୍ଥା ଗୁରୁତର ରହିଛି । ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ବ୍ରିଟେନ ବିଶ୍ୱରେ 2 ନମ୍ବରରେ ପହଞ୍ଚିଛି । ଯେଉଁଠାରେ କୋରୋନାରେ ସର୍ବାଧିକ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ 33 ହଜାର 998 ଲୋକ ପ୍ରାଣ ହରାଇଥିବାବେଳେ 2 ଲକ୍ଷ 36 ହଜାର 711 ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ବ୍ରିଟେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସ୍ପେନ୍ ଏବଂ ଋଷ ତୁଳନାରେ କମ ଅଟେ ।

ଖବର ଅନୁଯାୟୀ, ଆମେରିକା ପରେ ସ୍ପେନ ଏବଂ ଋଷରେ କୋରୋନାରେ ସର୍ବାଧିକ ଆକ୍ରାନ୍ତ ଅଛନ୍ତି । ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 367 ଏବଂ ଋଷରେ 2 ଲକ୍ଷ 62 ହଜାର 843 ରହିଛି । ବ୍ରିଟେନ ଅପେକ୍ଷା ସ୍ପେନ ଏବଂ ଋଷରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ କିନ୍ତୁ ଉଭୟ ଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ମୃତ୍ୟୁ ସଂଖ୍ୟାରେ ସ୍ପେନ ବିଶ୍ୱର 5ମ ସ୍ଥାନରେ ଥିବାବେଳେ ଋଷ 18 ନମ୍ବରରେ ରହିଛି।

ତେବେ କୋରୋନା ପୃଥିବୀର 213ଟି ଦେଶରେ ତାର କାୟା ବିସ୍ତାର କରିଛି । 213ଟି ଦେଶରେ 46 ଲକ୍ଷ 24 ହଜାର ଲୋକ ସଂକ୍ରମିତ ହୋଇଛନ୍ତି । 3 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ 17 ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.