ETV Bharat / bharat

ରାଜଭବନକୁ ପ୍ରବେଶ କରୁଥିଲେ କଂଗ୍ରେସ ନେତା, ଗିରଫ କଲା ପୋଲିସ - Raj Bhavan

ରାଜସ୍ଥାନର ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ବିଜେପିର 'ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବିରୋଧୀ ପଦକ୍ଷେପ' ବିରୋଧରେ ସୋମବାର ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲା । ଏହି ସମୟରେ କର୍ଣ୍ଣାଟକ କଂଗ୍ରେସ କର୍ମୀ ରାଜଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।

କଂଗ୍ରେସ ନେତା
କଂଗ୍ରେସ ନେତା
author img

By

Published : Jul 27, 2020, 5:10 PM IST

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ ନେତାଙ୍କ ଏକ ଦଳକୁ ଗିରଫ କରିଛି ପୋଲିସ । ସେମାନେ ସୋମବାର ରାଜ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ବେଙ୍ଗାଲୁରୁ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି ।

ରାଜସ୍ଥାନର ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ବିଜେପିର 'ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବିରୋଧୀ ପଦକ୍ଷେପ' ବିରୋଧରେ ସୋମବାର ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲା । ଏହି କ୍ରମରେ କର୍ଣ୍ଣାଟକର ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ଏହି ସମୟରେ ସେମାନେ ରାଜଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସତ୍ବେ ବିଫଳ ହୋଇଥିଲା । ଫଳରେ ପୋଲିସ ସେମାନଙ୍କୁ ବାଧ୍ୟ ହୋଇ ଗିରଫ କରିଥିଲା ।

ଏହି ଆନ୍ଦୋଳନରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର, ବିରୋଧୀ ଦଳର ନେତା ସିଦ୍ଧାରମୈୟାଙ୍କ ସମେତ କଂଗ୍ରେସର ଅନେକ ନେତା ଥିଲେ । ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲେ। ପୋଲିସ ସେମାନଙ୍କୁ ବସ୍ ଯୋଗେ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିବା ଜଣାପଡିଛି ।

ତେବେ କଂଗ୍ରେସ ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡା ନିନ୍ଦା କରିଛନ୍ତି । କେନ୍ଦ୍ର ସରକାର ଅପରେସନ୍ ଲୋଟସ୍ ପ୍ରସ୍ତୁତ କରୁଛନ୍ତି ଏବଂ ଦେଶର ବିଭିନ୍ନ ରାଜ୍ୟର ସରକାର ଭାଙ୍ଗିବାର ଷଡଯନ୍ତ୍ର କରୁଛନ୍ତି ବୋଲି ଶିବକୁମାର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.