ETV Bharat / bharat

‘ପୋଲିସଙ୍କୁ ମିଳିବ ସାହସିକତା ପୁରସ୍କାର’ - Cops to get bravery awards for COVID-19 combat

କୋରୋନା ବିରୋଧ ଲଢେଇରେ ଆଗ ଧାଡ଼ିର ଯୋଦ୍ଧା ବୋଲାଉଥିବା ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଶନିବାର ସୋଲାପୁର ଗସ୍ତ ସମୟରେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଯୁଦ୍ଧରେ ପୋଲିସଙ୍କୁ ମିଳିବ ସାହସିକ ପୁରସ୍କାର: ଅନିଲ ଦେଶମୁଖ

author img

By

Published : Jun 28, 2020, 6:12 PM IST

Updated : Jun 28, 2020, 7:15 PM IST

ମୁମ୍ବାଇ: ମହାମାରୀ କୋରୋନା ବିରୋଧ ଲଢେଇରେ ଏବେ ଆଗ ଧାଡ଼ିର ଯୋଦ୍ଧା ବୋଲାଉଥିବା ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକ ପୁରସ୍କାର । ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଶନିବାର ସୋଲାପୁର ଗସ୍ତ ସମୟରେ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ଆଷାଢୀ ଏକାଦଶୀ ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ ଏହି କଥା କହିଛନ୍ତି।

ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଏହି ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବା ଉଚିତ ବୋଲି ଅନିଲ ଦେଶମୁଖ ସହ ଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ କହିଛନ୍ତି । COVID-19 ରେ ମୃତ୍ୟୁବରଣ କରୁଥିବା ପୋଲିସ କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ 65 ଲକ୍ଷ ଟଙ୍କା ସହାୟତା ମିଳିବା ସହ ମୃତକଙ୍କ ଅବସର ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟରରେ ତାଙ୍କ ପରିବାର ରହିପାରିବେ ବୋଲି ସେ କହିଛନ୍ତି ।

ଏହାସହ ପୋଲିସ୍ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ COVID-19 ଡାକ୍ତରଖାନା ରହିଛି, ଯେଉଁଠାରେ ଆଗଧାଡ଼ି COVID-19 କର୍ମଚାରୀଙ୍କୁ ପ୍ରାଥମିକତା ଦେଇ ଏକ ଘଣ୍ଟା ମଧ୍ୟରେ ଫଳାଫଳ ଦେବ ବୋଲି ଟୋପେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଜିଲ୍ଲାରେ ବେଡ ସଂଖ୍ୟା ବଢାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ବ୍ୟରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 28, 2020, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.