ETV Bharat / bharat

କୋରୋନା କବଳରୁ ସୁରକ୍ଷା ଦେବ ତମ୍ବା: ରିପୋର୍ଟ - କରୋନା ଭାଇରସ୍ ନ୍ୟୁଜ

ଏକ ରିସର୍ଚ୍ଚ ମୁତାବକ କୋରୋନା କବଳରୁ ରକ୍ଷା କରିବ ତମ୍ବା ଜାତୀୟ ବସ୍ତୁ । ଏନେଇ ବୌଜ୍ଞାନିକମାନେ ଏହି ଧାତୁକୁ ନେଇ ଗବେଷଣା ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ...

_copper alloys can kill corona virus
କରୋନା ଭାଇରସ୍ ସତର୍କତା
author img

By

Published : Mar 17, 2020, 5:52 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସବୁଠି ତତ୍ପରତା ପ୍ରକାଶ । ସତର୍କତା, ସଚେତନା ସହ ସମଗ୍ର ବିଶ୍ବ ଏହାର ପ୍ରତିହିତର ବାଟ ଖୋଜୁଛନ୍ତି । ଏଭଳି ସ୍ଥିତିରେ ଏକ ରିସର୍ଚ୍ଚ କହୁଛି, ତମ୍ବା ଜାତୀୟ ବସ୍ତୁ ହିଁ କୋରୋନା ଭାଇରସକୁ ମାରିବାକୁ ସକ୍ଷମ ।

ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । କୌଣସି ବସ୍ତୁ ଛୁଇଁବା ଆଗରୁ ଶହେ ଥରେ ଭାବିବାକୁ ବାଧ୍ୟ କରୁଛି, ଏଥିରେ ଭାଇରସ ତ ନାହିଁ । ଏମିତି ଏକ ଭୟଙ୍କର ବାତାବରଣରେ ସୃଷ୍ଟି କରିଛି ମହାମାରୀ କୋରୋନା । ତମ୍ବା ତଥା କପର କେବଳ ଏପରି ଏକ ଧାତୁ ଯାହା ବ୍ୟାକ୍ଟେରିଆକୁ ମାରିବାକୁ ସକ୍ଷମ ରଖେ । ତେଣୁ ବର୍ତ୍ତମାନ ଏହି ଧାତୁକୁ ବ୍ୟବହାର ନେଇ ବୌଜ୍ଞାନିକମାନେ ଏବେ ପ୍ରୟାସ କରୁଛନ୍ତି ।

ବେଶ ପୂର୍ବରୁ ଭାରତୀୟମାନେ ତମ୍ବାର ଗୁଣ ସହ ପରିଚିତ । ପ୍ରଥମେ ଦେଶରେ ତମ୍ବାର ବାସନକୁସନ ବ୍ୟବହାର କରାଯାଉଥିଲା । ଆୟୁର୍ବେଦ ମଧ୍ୟ ଏହାକୁ ପ୍ରମାଣିତ କରିଛନ୍ତି ଯେ, ତମ୍ବାରେ ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି ମାଇକ୍ରୋବିୟଲ ଗୁଣ ରହିଛି । ଏପରିକି ଏହା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢାଇ ଥାଏ ।

ସୂଚନାଯୋଗ୍ୟ, ଏହି ଚୀନର ଉହାନର ହୁୱେଇ ଅଞ୍ଚଳରୁ ଉତ୍ପତ୍ତି ନେଇଥିବା ଏହି ଭାଇରସ ସମଗ୍ର ବିଶ୍ବକୁ ଥରହର କରି କରିଛି । ବର୍ତ୍ତମାନ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 182,407 ହୋଇଥିବାବେଳେ, ସଂକ୍ରମିତ ଜନିତ ମୃତ୍ୟୁ ସଂଖ୍ୟା 7154ରେ ପହଞ୍ଚିଛି । ତେବେ ଏଥିରୁ 79,433ଜଣ ସୁସ୍ଥ ହୋଇଛନ୍ତି । ଏହି ସଂକ୍ରମଣରୁ ବଞ୍ଚିବାକୁ ହେଲେ ସତର୍କତା ଓ ସଚେତନା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.