ETV Bharat / bharat

ମହଙ୍ଗା ପଡିଲା କାର୍ଯ୍ୟାନୁଷ୍ଠାନ, ପରିବାକୁ ଜିପ୍ ରେ ଦଳି ପୋଲିସ ଏସଆଇ ନିଲମ୍ବିତ

ଜିପ୍ ଚକାତଳେ ପରିବାକୁ ଦଳି ନଷ୍ଟ କରିବା ଅଭିଯୋଗରେ ପ୍ରୟାଗରାଜର ପୋଲିସ ଏସଆଇ ସୁମିତ ଆନନ୍ଦ ନିଲମ୍ବିତ। ପରିବା ବିକ୍ରେତାଙ୍କ ଉପରେ ପୋଲିସ ବାବୁଙ୍କ ଏପରି ହାକିମାତିକୁ ଦୃଢ ନିନ୍ଦା କରାଯିବା ସହ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author img

By

Published : Jun 6, 2020, 9:27 AM IST

ପ୍ରୟାଗରାଜର ପୋଲିସ ଏସଆଇ ସୁମିତ ଆନନ୍ଦ  ନିଲମ୍ବିତ
cop-suspended-for-crushing-vegetables-with-his-jeep-in-ups-prayagraj

ଲକ୍ଷ୍ନୌ: ଖାକିର ଦମ ଦେଖାଇ ଓ କ୍ଷମତାର ଅପବ୍ୟବହାର କରିବା ମହଙ୍ଗା ପଡିଛି ପ୍ରୟାଗରାଜର ପୋଲିସ ଏସଆଇ ସୁମିତ ଆନନ୍ଦଙ୍କୁ । ଜିପ୍ ଚକାତଳେ ପରିବାକୁ ଦଳି ଚକଟି ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ତେବେ ନୀରିହ ପରିବା ବିକ୍ରେତାଙ୍କ ଉପରେ ପୋଲିସ ବାବୁଙ୍କ ଏପରି ହାକିମାତିକୁ ଦୃଢ ନିନ୍ଦା କରାଯିବା ସହ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ଗୁରୁବାର ଘୋରପୁରର ଦ୍ବି ସାପ୍ତାହିକ ବଜାରରେ ପରିବା ବଜାର ବସିଥିଲା। ହେଲେ ନିୟମ ଅନୁସାରେ ଏହା ବୁଧବାର ଓ ଶୁକ୍ରବାର ଅନୁଷ୍ଠିତ ହେବାର ଥିଲା। ଯାହାକୁ ନେଇ ଏସଆଇ ଜଣକ ବିକ୍ରେତାଙ୍କୁ ସ୍ଥାନ ଛାଡିକି ଯିବାକୁ କହିବା ସହ ରାଗିକି ଏପରି କାଣ୍ଡ ଭିଆଇଥିଲେ।

ଶୁକ୍ରବାର ଦିନ ପ୍ରୟାଗରାଜ ଏସଏସପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କହିଛନ୍ତି ଯେ ବିକ୍ରେତାଙ୍କ କ୍ଷୟକ୍ଷତିର ଆକଳନ କରାଯାଇଛି ଏବଂ ସେମାନଙ୍କୁ ତାଙ୍କ ଟଙ୍କା ଫେରସ୍ତ କରାଯିବ।

"ବଜାର ବୁଧବାର ଏବଂ ଶୁକ୍ରବାର ଦିନ ଅନୁଷ୍ଠିତ ହେବାର ଥିଲା। ଗୁରୁବାର ଦିନ ଏହା ଅନୁଷ୍ଠିତ ହେବା ପରେ ସେ ବିକ୍ରେତାମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। କିନ୍ତୁ ସେମାନେ ଶୁଣିନଥିବାରୁ ଆମର ଅଧିକାରୀ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିଲେ" ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶ ସରକାର ଲକଡାଉନ୍ କୋହଳ ପରେ ଗ୍ରାମାଞ୍ଚଳରେ ସାପ୍ତାହିକ ବଜାରକୁ ଅନୁମତି ଦେଇଥିବା ବେଳେ ସହରାଞ୍ଚଳରେ ସାପ୍ତାହିକ ବଜାରକୁ ଅନୁମତି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.