ହାଇଦ୍ରାବାଦ: ଲକଡାଉନ ନିୟମ ଉଲ୍ଳଙ୍ଘନ କରିଥିବା ଯୁବକକୁ ମାଡ ମାରି ପୋଲିସ କର୍ମଚାରୀ ନିଲମ୍ବିତ । ଚାକିରିରୁ ନିଲମ୍ବିତ କଲେ ହାଇଦ୍ରାବାଦ ପୋଲିସ କମିଶନ ଅଞ୍ଜନୀ କୁମାର ।
ହାଇଦ୍ରାବାଦର ଜଣେ 28 ବର୍ଷୀୟ ଯୁବକ ଗତକାଲି କିଛି ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ବାଣ୍ଟି ଘରକୁ ଫେରୁଥିଲେ । ଟୋଲିଛକି ନିକଟରେ ଗୋଲକୋଣ୍ଡା ପୋଲିସ ଅଟକାଇଥିଲା । ତେବେ ଯୁବକ ଜଣଙ୍କ କିଛି କହିବା ପୂର୍ବରୁ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ ପୋଲିସ କନେଷ୍ଟବଳ ଏଚଜି ହନୁମନ୍ଥୁ । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ସେପଟେ, ଜଣେ କନେଷ୍ଟବଳଙ୍କ ଏଭଳି ଆଚରଣ ପାଇଁ ସିଟି ପୋଲିସ ଟ୍ବିଟ କରିବା ପରେ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯଇଛି।