ETV Bharat / bharat

ଗେହଲଟଙ୍କ ପାଖକୁ ଫେରିବେ ସଚିନ ପାଇଲଟ !

ଯଦିଓ ସଚିନ ପାଇଲଟଙ୍କ ସମେତ ସମସ୍ତ ବିଧାୟକଙ୍କୁ ସ୍ବଂୟଚାଳିତ ଭାବରେ ରାଜ୍ୟ କଂଗ୍ରେସ କମିଟି ପଦରୁ ହଟାଇ ଦିଆଯାଇଛି । ତଥାପି ସମସ୍ତ ବିଧାୟକ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ତଥା ଅଲ ଇଣ୍ଡିଆ କଂଗ୍ରେସ କମିଟି ଏବଂ ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ରହିଛନ୍ତି ।

ଗେହଲଟଙ୍କ ପାଖକୁ ଫେରିବେ ସଚିନ ପାଇଲଟ
ଗେହଲଟଙ୍କ ପାଖକୁ ଫେରିବେ ସଚିନ ପାଇଲଟ
author img

By

Published : Aug 5, 2020, 5:29 PM IST

ଜୟପୁର: ଗତ 24 ଦିନ ଧରି ରାଜସ୍ଥାନରେ ହାଇ ଭୋଲଟେଜ୍ ରାଜନୈତିକ ଡ୍ରାମା ଜାରି ରହିଛି । ଏହି ରାଜନୈତିକ ଖେଳର ସ୍ଥିତି ଦିନକୁ ଦିନ ବଦଳୁଥିବା ଦେଖିବାକୁ ମିଳୁଛି । ତେବେ ବୁଧବାର କଂଗ୍ରେସ ସହ ବିଏସପି ବିଧାୟକଙ୍କ ମିଶ୍ରଣକୁ ନେଇ ଦାଖଲ ହୋଇଥିବା ପିଟିସନ ବାବଦରେ ବାଚସ୍ପତି ସିପି ଜୋଶୀଙ୍କୁ ନୋଟିସ ଜାରି କରାଯାଇଛି। ଏନେଇ ଉଭୟ ଦଳ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଲଗାଉଛନ୍ତି ।

ଗେହଲଟଙ୍କ ପାଖକୁ ଫେରିବେ ସଚିନ ପାଇଲଟ

ଗୋଟିଏ ପଟେ ଗେହଲଟ୍ ଶିବିରର ବିଧାୟକମାନେ ଏବେ ବିଦ୍ରୋହୀ ମନୋଭାବ ଦେଖାଉଛନ୍ତି । ଅନ୍ୟପଟେ ଫେରିବାକୁ ଚାହୁଁଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଆଲିଙ୍ଗନ କରିବା କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତେବେ ବିଦ୍ରୋହୀ ବିଧାୟକ କଂଗ୍ରେସକୁ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରୁଛନ୍ତି ବୋଲି ବିଧାୟକ ବେଦ ସୋଲଙ୍କି, ହେମରାମ ଚୌଧୁରୀ ଏବଂ ଇନ୍ଦ୍ରଜ ଗୁରୁଜାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ।

ତେବେ ଏହି ସମ୍ପୁର୍ଣ୍ଣ ମାମଲାରେ ବିଧାୟକ ଭଓଁର ଲାଲ ଶର୍ମା ଏବଂ ବିଶ୍ବେୱନ୍ଦ୍ର ସିଂହଙ୍କୁ ଛାଡି ସମସ୍ତ 17 ବିଧାୟକଙ୍କ ଉପରେ ନା କୌଣସି ପ୍ରଶ୍ନ ଉଠାଯାଉଛି ନା ସେମାନଙ୍କ ପଦ ଆଉ କାହାକୁ ଦିଆଯାଉଛି । ତେବେ ଯଦିଓ ସଚିନ ପାଇଲଟଙ୍କ ସମେତ ସମସ୍ତ ବିଧାୟକଙ୍କୁ ସ୍ବଂୟଚାଳିତ ଭାବରେ ରାଜ୍ୟ କଂଗ୍ରେସ କମିଟି ପଦରୁ ହଟାଇ ଦିଆଯାଇଛି । ତଥାପି ସମସ୍ତ ବିଧାୟକ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ତଥା ଅଲ ଇଣ୍ଡିଆ କଂଗ୍ରେସ କମିଟି ଏବଂ ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ରହିଛନ୍ତି ।

ଯଦି କେହି ଦଳ ବିରୋଧରେ ବିଦ୍ରୋହ କରନ୍ତି, ତେବେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥାଏ । କିନ୍ତୁ ଏଥର ବିଦ୍ରୋହୀ ବିଧାୟକଙ୍କ ବିରୁଦ୍ଧରେ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥି ସହିତ, ବିଦ୍ରୋହୀ ବିଧାୟକମାନେ ଏପର୍ଯ୍ୟନ୍ତ ଏଆଇସିସି ଏବଂ ପିସିସିର ସଦସ୍ୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.