ETV Bharat / bharat

ତାତିରୁ ନିସ୍ତାର ପାଇଲେନି ଭଗବାନ, ମନ୍ଦିରରେ ଲାଗିଲା କୁଲର - heat

ଦେଶ ସାରା ବର୍ତ୍ତମାନ ଗ୍ରୀଷ୍ମ ଲହରୀ ଜାରି ରହିଛି । ତାତିରେ ପୁରା ଦେଶର ଜନତା ଛଟପଟ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଦେଶବାସୀ ଏସି ଠାରୁ ଆରମ୍ଭ କରି କୁଲର ପର୍ଯ୍ୟନ୍ତ ବିଭିନ୍ନ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର୍ ବ୍ୟବହାର କରୁଛନ୍ତି । ତେବେ ସବୁଠାରୁ ତାଜୁବ ହେଲା ଭଳି ଘଟଣା ଦେଖିବାକୁ ମିଳିଛି ଅଯୋଧ୍ୟାରେ । ତାତିରୁ ରକ୍ଷା ପାଇବା ପାଇଁ ମନ୍ଦିରରେ କୁଲରର ବ୍ୟବସ୍ଥା କରାଯାଇଛି । ତେବେ ପୂଜକ ପାଇଁ ନୂହେଁ, ଠାକୁରଙ୍କ ପାଇଁ ଲାଗିଛି ।

ଫାଇଲ ଫଟୋ
author img

By

Published : May 18, 2019, 11:34 AM IST

ଅଯୋଧ୍ୟା: ରୌଦ୍ର ତାପରେ ସିଜୁଛି ସାରା ରାଜ୍ୟ । ତାତି ସାଙ୍ଗକୁ ତାଳ ଦେଇ ଗୁଳୁଗୁଳି ବଢୁଛି । ଦିନ 10ଟା ପରେ ଲୋକମାନେ ଘରୁ ଗୋଡ କାଢୁ ନାହାଁନ୍ତି । ଯାହାଫଳରେ ସହରର ରାସ୍ତାଘାଟ ଦୋକାନବଜାର ଖାଁ ଖାଁ ଲାଗୁଛି । ଏତେ ବଡ ଖରାରୁ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ନିସ୍ତାର ପାଉ ନାହାଁନ୍ତି ।

ସମସ୍ତଙ୍କୁ ଏହି ଖରାଦିନରେ ଦରକାର ଥଣ୍ଡା ପାଣି, ଥଣ୍ଡା ପାନୀୟ ଓ ଥଣ୍ଡା ପବନ । ଏପରି ଅସହ୍ୟ ତାତି ମଧ୍ୟ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଭୂତ ହେଉଛି । ତେବେ ବଢୁଥିବା ଏହି ତାପମାତ୍ରାକୁ ଦୃଷ୍ଟିରେ ରଖି ଅଯୋଧ୍ୟାର ଏକ ମନ୍ଦିରରେ ଭଗବାନ ରାମଙ୍କ ପାଇଁ କୁଲର ଲଗାଇଯାଇଛି ।

ଏନେଇ ମନ୍ଦିରର ପୂଜାରୀ ରାମପ୍ରିୟା ସାହାରାନ ଦାସ ଜୀ ମହାରାଜ କହିଛନ୍ତି,ପ୍ରବଳ ଗରମ ଯୋଗୁଁ ଭଗବାନଙ୍କ ଥଣ୍ଡା ରଖିବା ପାଇଁ ଏହି କୁଲର ବ୍ୟବସ୍ଥା କରାଯାଇଛି । ଏହାସହ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ପ୍ରତ୍ୟେକ ଦିନ ଗୋଲାପ ଜଳରେ ପୋଛାଯାଉଛି । ଏହାପରେ ସୂତା କପଡାରେ ପୋଛାଯାଇ ଥଣ୍ଡାପାଣି ଢଳାଯାଏ ।

ସୂଚନାଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଗରମ ବଢ଼ିବା ଯୋଗୁଁ କାନପୁରର ସିଦ୍ଧି ବିନାୟକ ଗଣେଶ ମନ୍ଦିରରେ ଭଗବାନଙ୍କ ପାଇଁ ଏସି ଏବଂ କୁଲର ଲଗାଯାଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.