ETV Bharat / bharat

ସିଏଏକୁ ପୂରିଲା ବର୍ଷେ

ନାଗରିକତ୍ୱ ସଂଶୋଧନ ଅଧିନିୟମ ଆସିବାର ଏକ ବର୍ଷ ବିତିଗଲାଣି | ଗତ ବର୍ଷ 11 ଡିସେମ୍ବରରେ କେନ୍ଦ୍ର ସରକାର CAA (ନାଗରିକତ୍ୱ ସଂଶୋଧନ ଆଇନ) ପାରିତ କରିଥିଲେ । ଅଧିକ ପଢନ୍ତୁ...

ସିଏଏ ପୂରିଲା ବର୍ଷେ
ସିଏଏ ପୂରିଲା ବର୍ଷେ
author img

By

Published : Dec 11, 2020, 11:06 PM IST

ହାଇଦ୍ରାବାଦ: ଆଜିକୁ ଠିକ ବର୍ଷେ ପୂର୍ବେ ସଂସଦର ପାରିତ ହୋଇଥିଲା ନାଗରିକତା ସଂଶୋଧନ ଅଧିନିୟମ 2019 (ସିଏଏ) । ପଡୋଶୀ ରାଷ୍ଚ୍ରମାନଙ୍କରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ପଳାୟନ କରିଥିବା ଶରଣାର୍ଥୀଙ୍କୁ ସୁରକ୍ଷା ପ୍ରଦାନ କରିବା ଭିତ୍ତିରେ ଏହି ଅଧିନିୟମ ପାରିତ ହୋଇଥିଲା । ଏହି ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯ୍ୟାତିତ ହୋଇ ଆସି ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରାଯିବ । ତେବେ ଏହି ସବୁ ରାଷ୍ଟ୍ରରେ ଅଣ-ମୁସଲିମ ହିଁ ସଂଖ୍ୟାଲଘୁ ହୋଇଥିବାରୁ ଏହାକୁ ନେଇ ଅନେକ ବିରୋଧ ଦେଖା ଦେଇଥିଲା । ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧରେ କୋର୍ଟରେ ମାମଲା ମଧ୍ୟ ହୋଇଥିଲା ।

ସିଏଏ ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଖୁବ୍ ବିରୋଧ ହୋଇଥିଲା । ଦିଲ୍ଲୀର ଶାହିନବାଗ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ନୌର ଘଣ୍ଟାଗାର, ଆଲିଗଡ ବିଶ୍ବବିଦ୍ୟାଳୟ ଏବଂ ଆହ୍ଲାବାଦ ପାର୍କରେ ଏହି ଆଇନକୁ ତୀବ୍ର ବିରୋଧ କରିଥିଲେ । ଏହି ସ୍ଥାନଗୁଡିକରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । 19 ଡିସେମ୍ବରରୁ ଜାନୁଆରୀ 10 ମଧ୍ୟରେ ଘଟିଥିବା ଏହି ହିଂସା ସମୟରେ 23 ଜଣ ପ୍ରାଣ ହରାଇଥିଲେ ।

ସିଏଏ ବିରୋଧୀ ଏବଂ ଏନଆରସି ବିରୋଧୀ ହିଂସା ପ୍ରଦର୍ଶନ ପରେ ଯୋଗୀ ସରକାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ହିଂସା ସହ ଜଡିତ ଥିବା ଲୋକଙ୍କ ପରିଚୟ ସିସିଟିଭି ମାଧ୍ୟମରେ କରାଯାଇଥିଲା । ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସହରର ବିଭିନ୍ନ ଛକରେ ସେମାନଙ୍କ ଫଟୋ ଟଙ୍ଗାଯାଇଥିଲା । ସେହି ହିଂସାକାରୀଙ୍କ ମଧ୍ୟରେ ଅନେକ ଏପରି ବ୍ୟକ୍ତି ଥିଲେ, ଯେଉଁମାନେ ଭିଡ ମଧ୍ୟରୁ ଗୁଳି ଚାଳନା କରିବା ସହ ମିଡିଆ ଭ୍ୟାନ ପୋଡିବା ଏବଂ ବ୍ୟାପକ ଭଙ୍ଗାରୁଜା କରିବା ଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ । ସେହିପରି କେତେକ ସାମାଜିକ କର୍ମୀ ଓ ଧାର୍ମିକ ନେତାମାନଙ୍କ ପୋଷ୍ଟର ମଧ୍ୟ ଛକ ଛକରେ ଲଗାଯାଇଥିଲା । ଯେଉଁମାନେ ଏହି ହିଂସାକୁ ସମର୍ଥନ କରିଥିଲେ ଓ ଏହାର ସହଯୋଗୀ ପାଲଟିଥିଲେ । ହିଂସା ସମୟରେ ସିସିଟିଭିରେ ଥିବା ଚିତ୍ର ଓ ନାମ ଆଧାରରେ ଲକ୍ଷ୍ନୌ, କାନପୁର ଓ ଆଲିଗଡ ଭଳି ସହରରେ କେତେକ ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ବି ଆଦାୟ କରାଯାଇଥିଲା ।

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ପୋଲିସର ହିଂସା:

ଏକ ରିପୋର୍ଟ ଅନୁଯାୟୀ, ସିଏଏ ବିରୋଧୀ ହିଂସାକାଣ୍ଡରେ ଉତ୍ତରପ୍ରଦେଶରେ ଅତି କମରେ 23 ଜଣଙ୍କର ମୃତ୍ୟୁ ଘଟିଥିଲା । ହଜାର ହଜାର ଲୋକଙ୍କୁ ଗରିଫ କରାଯାଇଥିଲା ଏବଂ ଶହ ଶହ ସଂଖ୍ୟାରେ ଥାନାରେ ଏତଲା ଦାଏର ହୋଇଥିଲା । 15 ଡିସେମ୍ବର 2020 ରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ ପରିସରରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା ।

ପ୍ରଧାନ ବିଚାରପତି ନେତୃତ୍ବାଧୀନ ଖଣ୍ଡପୀଠ, ଘଟଣାରେ ଆହତ ସମସ୍ତ ଛାତ୍ର ତଥା ବ୍ୟକ୍ତିଙ୍କୁ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଆଲିଗଡକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଆହ୍ଲାବାଦ କୋର୍ଟ ଘଟଣାରେ କିଛି ପୋଲିସ କର୍ମଚାରୀଙ୍କୁ ଏଥିପାଇଁ ଦାୟୀ କରିଥିଲେ ଏବଂ ସେହି ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡ଼ କଫିଲ ଖାନ ନାମକ ଜଣେ ଅଧ୍ୟାପକକୁ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ସିଏଏ ବିରୋଧୀ ହିଂସାତ୍ମକମୂଳକ ବକ୍ତବ୍ୟ ପ୍ରଦାନ କରିବା ନେଇ ଗିରଫ କରାଯାଇଥିଲା ।

ସେହିପରି କର୍ଣ୍ଣାଟକରେ 19 ଡିସେମ୍ବର 2019ରେ ହିଂସା ଯୋଗୁଁ ପ୍ରାଣ ହରାଇଥିବା ଦୁଇ ଜଣ ମୃତକଙ୍କ ପରିବାରର ଅଭିଯୋଗ ପଞ୍ଜିକରଣ କରିବାରେ ବିଫଳ ହେବାରୁ କର୍ଣ୍ଣାଟକ ହାଇକୋର୍ଟ ପୋଲିସକୁ ଭର୍ତ୍ସନା କରିଥିଲେ । ତେବେ ସିଏଏକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଯେଉଁଥିରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.