ETV Bharat / bharat

ଆଜିଠୁ ଦେଶରେ ଲାଗୁ ନୂତନ ଉପଭୋକ୍ତା ସଂରକ୍ଷଣ ଅଧିନିୟମ

ଉପଭୋକ୍ତା ସଂରକ୍ଷଣ ଅଧିନିୟମ-2019କୁ ଏକ ଅଧିସୂଚନା ଜାରି କରାଯାଇ ଲାଗୁ କରିଦିଆଯାଇଛି । ଏହି ଆଇନ କଡାକଡି ଭାବରେ କାର୍ଯ୍ୟକାରୀ ହେବାସହ ଉପଭୋକ୍ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଶକ୍ତି ପ୍ରଦାନ କରିବ । ଅଧିକ ପଢନ୍ତୁ...

ସୋମବାର ଠୁ ଦେଶରେ ଲାଗୁହେଲା ନୂତନ ଉପଭୋକ୍ତା ସଂରକ୍ଷଣ ଅଧିନିୟମ

author img

By

Published : Jul 20, 2020, 5:12 PM IST

ନୂଆଦିଲ୍ଲୀ: ଏବେ ନକଲି ଜିନିଷ ବିକ୍ରି କରୁଥିଲେ ହୋଇଯାନ୍ତୁ ସାବଧାନ । ଏନେଇ ମିଳିପାରେ ଆଜିବନ କାରାଦଣ୍ଡ । ସୋମବାର ଠୁ ଉପଭୋକ୍ତା ସଂରକ୍ଷଣ ଆଇନ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଉପଭୋକ୍ତା ସଂରକ୍ଷଣ ଅଧିନିୟମ-2019କୁ ଏକ ଅଧିସୂଚନା ଜାରି କରାଯାଇ ଲାଗୁ କରିଦିଆଯାଇଛି । ଏହି ଆଇନ କଡାକଡି ଭାବରେ କାର୍ଯ୍ୟକାରୀ ହେବାସହ ଉପଭୋକ୍ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଶକ୍ତି ପ୍ରଦାନ କରିବ ।

ନୂଆ 'Consumer Protection Act-2019' ଆଇନ ଉପଭୋକ୍ତା ସଂରକ୍ଷଣ ଅଧିନିୟମ 1986ର ସ୍ଥାନ ନେବ । ସରକାରଙ୍କ ସୂଚନା ଅନୁଯାୟୀ 50 ବର୍ଷା ପାଇଁ ଗ୍ରାହକଙ୍କୁ ନୂଆ ଆଇନର ଆବଶ୍ୟକତା ପଡିବ ନାହିଁ । ପୁରୁଣା ଆଇନରେ ଯେଉଁ ସବୁ ବିଷୟ ନଥିଲା, ତାହା ନୂଆ ଅଧିନିୟମରେ ଯୋଡାଯାଇଛି ।

ଜାଣନ୍ତୁ କଣ ଅଛି ଏହି ଆଇନରେ?

ନୂଆ ଆଇନ ଆସିବା ପରେ ଉପଭୋକ୍ତାଙ୍କ ଅଭିଯୋଗକୁ ଶୀଘ୍ର ସମାଧାନ କରିହେବ । ଏହି ଆଇନ ଅନୁସାରେ ଉପଭୋକ୍ତା ଅଦାଲତ ସହ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ଅଧିନିୟମ(CCPA)ର ଗଠନ କରାଯାଇଛି ।

ନୂଆ ଆଇନ ନୁସାରେ ନକଲି ତଥା ଅପମିଶ୍ରିତ ଜିନିଷ ବିକ୍ରି କରୁଥିଲେ ଦୋକାନୀଙ୍କୁ 6 ମାସରୁ ନେଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କାଯିବାର ପ୍ରାବଧାନ ରହିଛି । ଏହାସହ ଉପଭୋକ୍ତାଙ୍କୁ 1 ଲକ୍ଷରୁ ନେଇ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ ।

ଦେଶରେ କୌଣସି ବି ସ୍ଥାନରେ ହୋଇପାରେ ମାମଲା ରୁଜୁ

ନୂଆ ଆଇନରେ ଉପଭୋକ୍ତା ଦେଶର କୌଣସି ବି ଉପଭୋକ୍ତା କୋର୍ଟରେରେ ମାମଲା ଦାଏର କରିପାରିବେ । ଏହି ଆଧାରରେ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଗ୍ରାହକଙ୍କ ଅସୁବିଧା ଶୁଣିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.