ETV Bharat / bharat

ରାମ ମନ୍ଦିର ନିର୍ମାଣ ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ବର ନିଦର୍ଶନ: ଶାହା

author img

By

Published : Aug 5, 2020, 3:47 PM IST

ରାମ ମନ୍ଦିରର ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅମିତ ଶାହା ଧନ୍ୟବାଦ ଅର୍ପଣ କରିଛନ୍ତି । ରାମ ମନ୍ଦିରର ନିର୍ମାଣ ମୋଦିଙ୍କ ଦୃଢ ଓ ନିର୍ଣ୍ଣାୟକ ନେତୃତ୍ବକୁ ଦର୍ଶାଉଥିବା ଗୃହମନ୍ତ୍ରୀ ଟ୍ବିଟ କରି କହିଛନ୍ତି । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣ ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ବର ନିଦର୍ଶନ: ଶାହା
ରାମ ମନ୍ଦିର ନିର୍ମାଣ ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ବର ନିଦର୍ଶନ: ଶାହା

ନୂଆଦିଲ୍ଲୀ: ଦୀର୍ଘ ଦଶକର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ଲାଗି ଭୂମିପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କର କମଳରେ ମନ୍ଦିର ନିର୍ମାଣର ଶିଳାନ୍ୟାସ ହୋଇଛି । ତେବେ ଏହି ଅବସରରେ ସମଗ୍ର ଦେଶରେ ଏକ ପ୍ରକାରର ଭାବ ଓ ଭକ୍ତର ପରିବେଶ ସୃଷ୍ଟି ହେଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦେଶବାସୀଙ୍କୁ ଭୂମିପୂଜାର ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପକ୍ଷେ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅମିତ ଶାହା ଧନ୍ୟବାଦ ଅର୍ପଣ କରିଛନ୍ତି । ରାମ ମନ୍ଦିରର ନିର୍ମାଣ ମୋଦିଙ୍କ ଦୃଢ ଓ ନିର୍ଣ୍ଣାୟକ ନେତୃତ୍ବକୁ ଦର୍ଶାଉଥିବା ଗୃହମନ୍ତ୍ରୀ ଟ୍ବିଟ କରି କହିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା କୋରୋନାରେ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୋରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା । ତେବେ ନମୁନା ପଜିଟିଭି ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.