ନୂଆଦିଲ୍ଲୀ: ‘କଂଗ୍ରେସ କାର୍ଯ୍ୟବାହୀ ସମିତି’ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଆରମ୍ଭ ହୋଇଯାଇଛି । ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରୁଛନ୍ତି । ଏଥିରେ ଦଳର ସମସ୍ତ କାର୍ଯ୍ୟବାହୀ ସମିତିର ସଦସ୍ୟ ସମେତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି ।
ବୈଠକରେ ମୁଖ୍ୟତଃ ଦେଶର ଆର୍ଥିକ ଅବସ୍ଥା, ରାଜନୈତିକ ସ୍ଥିତି, ସିଏଏ ଓ ଆଗାମୀ ବଜେଟ ଅଧିବେଶନକୁ ନେଇ ଦଳର ରଣନୀତି ସହ ଦଳୀୟ କାର୍ଯ୍ୟକ୍ରମରେ ଆଲୋଚନା ହେବ।