ETV Bharat / bharat

ପଦାରେ ପଡିଲା ଗୋଷ୍ଠୀ କନ୍ଦଳ; ପ୍ରାର୍ଥୀ ଚୟନକୁ ନେଇ କର୍ମୀଙ୍କ ହଙ୍ଗାମା

ନିର୍ବାଚନ ପୂର୍ବରୁ ପ୍ରଚାର କରିବା ବଦଳରେ ଗୋଷ୍ଠୀ କନ୍ଦଳରେ ମାତିଛି କଂଗ୍ରେସ। ଟିକେଟ ବଣ୍ଟନକୁ ନେଇ ଦଳୀୟ ନେତା ଓ କର୍ମୀ ସୋନିଆ ଗାନ୍ଧୀଙ୍କ ବାସଭବନ ଆଗରେ ହଙ୍ଗାମା କରିଛନ୍ତି।

author img

By

Published : Jan 18, 2020, 12:43 PM IST

Congress workers
Congress workers

ନୂଆଦିଲ୍ଲୀ: 2020 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର। ଗାଦି ଦଖଲ ପାଇଁ ହେଉଛି ତ୍ରୀମୁଖି ଲଢେଇ। ଶାସକ ଆମ ଆଦମୀ ପାର୍ଟିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ସେପଟେ କଂଗ୍ରେସ ମଧ୍ୟ ନିଜ ପୂର୍ବ ଗାଦି ଫେରିବାକୁ ଉଦ୍ୟମ ଚଳାଇଛି।

ଫେବୃୟାରୀ 8 ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଆମ ଆଦମୀ ପାର୍ଟି ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଶୁକ୍ରବାର ବିଜେପି ମଧ୍ୟ 57 ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେପଟେ କଂଗ୍ରେସ କିନ୍ତୁ ଏଯାଏଁ ପ୍ରାର୍ଥୀ ଦେଇପାରି ନାହିଁ। ଓଲଟା ଦଳରେ ଲାଗିରହିଛି ଗୋଷ୍ଠୀ କନ୍ଦଳ।

ଶନିବାର ପଟେଲ ନଗର, କରାବଲ ନଗର ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନ ଆଗରେ ଜୋରଦାର ହଙ୍ଗାମା କରିଛନ୍ତି। ଦଳୀୟ ଟିକେଟ ବଣ୍ଟନରେ ବ୍ୟାପକ ବିଳମ୍ବ, ଉପଯୁକ୍ତ ପ୍ରାର୍ଥୀ ଚୟନ, ନିଜ ପ୍ରିୟ ନେତାଙ୍କୁ ଟିକେଟ ଦାବିରେ ଏପରି କାମ କରିଛନ୍ତି ଦଳୀୟ କର୍ମୀ। ଏପ୍ରସଙ୍ଗରେ କଂଗ୍ରେସର କୌଣସି ନେତା ମୁହଁ ଖୋଲୁନାହାଁନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.