ETV Bharat / bharat

ବିରିୟାନୀ ପାଇଁ କଂଗ୍ରେସରେ ଲଢେଇ ! - ଉତ୍ତର-ପ୍ରଦେଶ

ବିରିୟାନୀ ପାଇଁ ନିଜ ନିଜ ମଧ୍ୟରେ ମାର୍‌ପିଟ୍‌ ହେଲେ କଂଗ୍ରେସ କର୍ମୀ । ଘଟଣାରେ ଅନେକ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।  ଉତ୍ତର ପ୍ରଦେଶ ମୁଜାଫରନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 7, 2019, 7:26 PM IST

ଲକ୍ଷ୍ନୌ: ସଭାକ୍ଷେତ୍ର ପାଲଟିଲା ରଣକ୍ଷେତ୍ର । ବିରିୟାନୀ ପାଇଁ ନିଜ ନିଜ ମଧ୍ୟରେ ମାର୍‌ପିଟ୍‌ ହେଲେ କଂଗ୍ରେସ କର୍ମୀ । ଘଟଣାରେ ଅନେକ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତର ପ୍ରଦେଶ ମୁଜାଫରନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

କାକୋରୈଲି ଥାନା ଅନ୍ତର୍ଗତ ଟାନଡେରା ଗାଁରେ ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା । ଜମିଲ ନିକଟରେ କଂଗ୍ରେସରେ ଯୋଗ ଦେଇଥିଲେ । ତେବେ ଏହି ସଭାରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ମଧ୍ୟ ଯୋଗ ଦେଇଥିଲେ ।

ସଭା ପରେ ସେଠାରେ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଭୋଜନରେ ବିରିୟାନୀ ବ୍ୟବସ୍ଥା ଥିବାବେଳେ ଖାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ସେମାନଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହିଂସକ ଭିଡକୁ ନିୟନ୍ତ୍ରଣ କରିଥିଲା । ଏହା ସହିତ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗରେ ଜମିଲ ଏବଂ ତାଙ୍କ ପୁଅ ନଇମ ଅହମଦଙ୍କ ସମେତ 34 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

Intro:Body:

skdsnk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.