ETV Bharat / bharat

ରାଜସ୍ଥାନରେ ସ୍ଥିତି ସୁଧାରୁଛି କଂଗ୍ରେସ, 2 ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର

author img

By

Published : Aug 13, 2020, 4:32 PM IST

ସଚିନ ପାଇଲଟ କ୍ୟାମ୍ପର ଦୁଇ ବଡ ଚେହେରା ଭଓଁର ଲାଲ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂଙ୍କୁ ସେମାନଙ୍କ ପଦରେ ପୁନଃସ୍ଥାପିତ କରାଯାଇଛି। ସେମାନଙ୍କର ନିଲମ୍ବନକୁ ପ୍ରତ୍ୟାହାର କରାଯାଇଛି ।

ରାଜସ୍ଥାନରେ ସ୍ଥିତି ସୁଧାରୁଛି କଂଗ୍ରେସ, 2 ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର
ରାଜସ୍ଥାନରେ ସ୍ଥିତି ସୁଧାରୁଛି କଂଗ୍ରେସ, 2 ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର

ଜୟପୁର: ଆସନ୍ତାକାଲି ଠାରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରାଜସ୍ଥାନର ରାଜନୈତିକ ଘଟଣାକ୍ରମ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗୋଟିଏ ପଟେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ କଂଗ୍ରେସ ନିଜର ଆଭ୍ୟନ୍ତରୀଣ କଳିକୁ ଶୀଘ୍ର ସମାପ୍ତ କରିବା ପାଇଁ ଲାଗି ପଡିଛି। ଏହି କ୍ରମରେ ସଚିନ ପାଇଲଟ କ୍ୟାମ୍ପର ଦୁଇ ବଡ ଚେହେରା ଭଓଁର ଲାଲ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂଙ୍କୁ ସେମାନଙ୍କ ପଦରେ ପୁନଃସ୍ଥାପିତ କରାଯାଇଛି। ସେମାନଙ୍କର ନିଲମ୍ବନକୁ ପ୍ରତ୍ୟାହାର କରାଯାଇଛି ।

କଂଗ୍ରେସ ଦାୟିତ୍ବରେ ଥିବା ଅବିନାଶ ପାଣ୍ଡେ ଟ୍ବିଟର ଯୋଗେ ଏହି ସୂଚନା ଦେଇଛନ୍ତି। ସେ ନିଜ ଟ୍ବିଟରରେ ଲେଖିଛନ୍ତି , ବହୁ ଆଲୋଚନା ପରେ ଉଭୟ ନେତାଙ୍କୁ ଏହି ପଦବୀକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଦଳ ଏହି ଦୁଇ ନେତାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ସଚିନ ପାଇଲଟଙ୍କ ସହ ମିଶି ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିବା ଏବଂ ଗେହଲଟ ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ଉଭୟ ବିଧାୟକଙ୍କୁ ଦଳର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.