ETV Bharat / bharat

ମାସେ ଯାଏଁ ଟିଭି ଡିବେଟରେ ନଜର ଆସିବନି କଂଗ୍ରେସ - month

ମାସେ ଯାଏଁ ମିଡିଆରୁ ଦୂରେଇ ରହିବ କଂଗ୍ରେସ । ଟିଭି ଡିବେଟରେ ଅଂଶଗ୍ରହଣ କରିବେନି କଂଗ୍ରେସର କୌଣସି ପ୍ରତିନିଧି ।

ଫାଇଲ ଫଟୋ
author img

By

Published : May 30, 2019, 9:57 AM IST

ନୂଆଦିଲ୍ଲୀ: ପରାଜୟ ପରେ ମାନସ ମନ୍ଥନ । ମାସେ ଯାଏଁ ମିଡିଆରେ ମୁହଁ ଖୋଲିବନି କଂଗ୍ରେସ । ଟିଭି ଡେବେଟର ଅଂଶଗ୍ରହଣ କରିବେନି କଂଗ୍ରେସ ପ୍ରବକ୍ତା । କୌଣସି କଂଗ୍ରେସ ପ୍ରତିନିଧିଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ଟିଭି ଡିବେଟରେ ସ୍ଥାନ ନଦେବା ପାଇଁ ଦଳ ପକ୍ଷରୁ ଗଣମାଧ୍ୟମକୁ ଅନୁରୋଧ କରାଯାଇଛି ।

congress, debate, month, tv debate
ଫଟୋ ସୌଜନ୍ୟ: ଟ୍ବିଟର@rssurjewala

କଂଗ୍ରେୟ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସିଂହ ସୁର୍ଜେୱାଲା ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ନିଜ ଟ୍ବିଟରେ ସେ ଲେଖିଛନ୍ତି INC ନିଷ୍ପତ୍ତି ଅନୁସାରେ କଂଗ୍ରେସ ମାସେ ପର୍ଯ୍ୟନ୍ତ କୌଣସି ମୁଖପାତ୍ରଙ୍କୁ ଟିଭି ଡିବେଟ ପାଇଁ ପଠାଇବ ନାହିଁ । ତେଣୁ କଂଗ୍ରେସ ପ୍ରତିନିଧିଙ୍କୁ ଏହି ସମୟ ଭିତରେ ନଡାକିବା ପାଇଁ ସେ ଅନୁରୋଧ କରିଛନ୍ତି ।

କଂଗ୍ରେସ ପକ୍ଷରୁ ଏ ନିଷ୍ପତ୍ତି ସେତେବେଳେ ଆସିଛି, ଯେତେବେଳେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦଳ । 2019 ନିର୍ବାଚନରେ ଦଳକୁ ମାତ୍ର 52ଟି ଆସନ ମିଳିଛି (2014 ତୁଳନାରେ ମାତ୍ର 8 ଅଧିକ ଆସନ) । ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଜିଦରେ ଅଟଳ ରହିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ସେ ନିଜ ଇସ୍ତଫା ପତ୍ର CWC ପାଖକୁ ପଠାଇ ସାରିଛନ୍ତି । ଅନ୍ୟପଟେ ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରିବାକୁ ନାରାଜ CWC । ଏବେ 48 ବର୍ଷୀୟ ରାହୁଲଙ୍କୁ ମନାଇବାରେ ଲାଗିପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.