ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ କଂଗ୍ରେସ - ହାଥରସ ମାମଲା

ହାଥରସ ମାମଲାରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ବର୍ତ୍ତମାନ ଦଳ କୋର୍ଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ଅଭିଯୋଗ କରିଛି ଯେ ୟୁପି ସରକାର ହାଥରସ ପୀଡିତାଙ୍କ ପରିବାରକୁ ଅସାମ୍ବିଧାନିକ ଢଙ୍ଗରେ ବନ୍ଦୀ କରି ରଖିଛନ୍ତି ।

ହାଥରସ ଗଣଦୁଷ୍କର୍ମ
ହାଥରସ ଗଣଦୁଷ୍କର୍ମ
author img

By

Published : Oct 3, 2020, 1:51 PM IST

ଲକ୍ଷ୍ନୌ: ହାଥରସ ମାମଲାରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ବର୍ତ୍ତମାନ ଦଳ କୋର୍ଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ଅଭିଯୋଗ କରିଛି ଯେ ୟୁପି ସରକାର ହାଥରସ ପୀଡିତାଙ୍କ ପରିବାରକୁ ଅସାମ୍ବିଧାନିକ ଢଙ୍ଗରେ ବନ୍ଦୀ କରି ରଖିଛନ୍ତି । ସେମାନଙ୍କୁ ଆଇନଜୀବୀ ଏବଂ ଡାକ୍ତରଙ୍କୁ ମଧ୍ୟ ଭେଟିବାକୁ ଦିଆଯାଉ ନାହିଁ। ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ ବିବେକ ତନଖା କହିଛନ୍ତି ଯେ ଯଦି ହାଥରସ ପୀଡିତାଙ୍କ ପରିବାର ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଏ ନାହିଁ ତେବେ ସୋମବାର ସୁଦ୍ଧା ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ । ଏହି ପ୍ରସଙ୍ଗରେ କଂଗ୍ରେସ ନିଜ ବରିଷ୍ଠ ଆଇନ ବିଶେଷଜ୍ଞଙ୍କ ମତାମତ ନେଇଛି। ଏହି ପ୍ରସଙ୍ଗରେ ସେ କପିଲ ସିବଲଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି।

ବିବେକ ତନଖା ଏହି ପ୍ରସଙ୍ଗରେ ଟ୍ବିଟ୍ କରି କହିଛନ୍ତି, ‘ମୁଁ ହାଥରସ ପୀଡିତାଙ୍କ ପରିବାରକୁ ବନ୍ଦୀ କରିବା ପ୍ରସଙ୍ଗରେ କପିଲ ସିବଲଙ୍କ ସହ କଥା ହୋଇଛି। ଯୋଗୀ ସରକାର ପୀଡିତାଙ୍କ ପରିବାରକୁ କାହାକୁ ଭେଟିବାକୁ ଦେଉନାହାଁନ୍ତି। ଏହା ସେମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.