ETV Bharat / bharat

'ଭାରତ-ଚୀନ ସୀମା ବିବାଦରେ ମୁକ ଦର୍ଶକ ସାଜିଛନ୍ତି ମୋଦି ସରକାର'

author img

By

Published : Jun 17, 2020, 1:38 PM IST

ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଣଦୀଦ ସୁରଜେୱାଲା
କଂଗ୍ରେସ ମୁଖପାତ୍ର ରଣଦୀଦ ସୁରଜେୱାଲା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଏହି ପୁରା ଘଟଣାରେ ମୋଦି ସରକାର ମୁକ ଦର୍ଶକ ସାଜିଥିବା ଅଭିଯୋଗ କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, 'ଦେଶର ବୀର ସୈନିକ ଶହୀଦ ହୋଇଗଲେ, କିନ୍ତୁ ସରକାର ଚୁପ ରହିଛନ୍ତି । ସରକାରଙ୍କୁ ଏବେ ମୁହଁ ଖୋଲିବା ଉଚିତ । ଚୀନ ଆମ ଜମିକୁ କିପରି କବଜା କରିଛି ସରକାର ତାହାର ଉତ୍ତର ଦେବା ଉଚିତ । 20 ଜଣ ଯବାନ କିପରି ଶହୀଦ ହେଲେ । ସୀମାରେ ବର୍ତ୍ତମାନ ସ୍ଥିତି କିପରି ରହିଛି ଏବଂ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କର କି ରଣନୀତି ରହିଛି ମୋଦି ସରକାର ତାହା ଦେଶବାସୀଙ୍କୁ ଜବାବ ଦେବା ଉଚିତ । ସବୁକିଛି ଠିକ ଅଛି ବୋଲି ସେମାନଙ୍କୁ ଆଶ୍ବାସନା ଦେବା ଉଚିତ । '

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ଥିବା ପଏଣ୍ଟ 14କୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନରୁ ଉତ୍ତେଜନା ଲାଗିରହିଛି । ଇତି ମଧ୍ୟରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିବା ବେଳେ ଭାରତର ପାଲଟା ଜବାବରେ ଚୀନର ପ୍ରାୟ 40 ରୁ ଉର୍ଦ୍ଧ୍ବ ସୈନିକ ନିହତ ହୋଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦି ଏବେସୁଦ୍ଧା ଘଟଣାକୁ ନେଇ ମୁହଁ ଖୋଲିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.