ETV Bharat / bharat

କେତେ ଦିନ କଂଗ୍ରେସ ଅଧ୍ୟକ୍ଷ ରହିବେ ସୋନିଆ? ସୋମବାର ସରୁଛି କାର୍ଯ୍ୟକାଳ

ସୋନିଆ ଆଗାମୀ ଦିନରେ ମଧ୍ୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଜର ଦାୟିତ୍ବ ତୁଲାଇବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଅଗଷ୍ଟ 10ରେ ଶେଷ ହେଉଛି । ଅଧିକ ପଢନ୍ତୁ...

author img

By

Published : Aug 9, 2020, 9:28 PM IST

କେତେ ଦିନ କଂଗ୍ରେସ ଅଧ୍ୟକ୍ଷ ରହିବେ ସୋନିଆ? ସୋମବାର ସରୁଛି କାର୍ଯ୍ୟକାଳ
କେତେ ଦିନ କଂଗ୍ରେସ ଅଧ୍ୟକ୍ଷ ରହିବେ ସୋନିଆ? ସୋମବାର ସରୁଛି କାର୍ଯ୍ୟକାଳ

ନୂଆଦିଲ୍ଲୀ: ରାତି ପାହିଲେ ସରୁଛି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ । ତେବେ ଏହାପରେ କିଏ କଂଗ୍ରେସର ମଙ୍ଗ ଧରିବ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ରବିବାର ସଭିଙ୍କ ମନର ଦ୍ବନ୍ଦ ଦୂର କରିଛି ଭାରତୀୟ ଜାତୀୟ କଂଗ୍ରେସ । ସୋନିଆ ଆଗାମୀ ଦିନରେ ମଧ୍ୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଜର ଦାୟିତ୍ବ ତୁଲାଇବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଯେପର୍ଯ୍ୟନ୍ତ ଦଳର ମୁଖିଆ ଚୟନ କରିବା ପାଇଁ ଏକ ଉପଯୁକ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ନହେଉଛି, ସେତେଯାଏଁ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହଓ୍ବୀ ।

ସିଂହଓ୍ବୀ କହିଛନ୍ତି, ଏହା ସତ୍ୟ ଯେ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଅଗଷ୍ଟ 10ରେ ଶେଷ ହେବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ଦିନ ହିଁ ଏହି ପଦ ଆପେଆପେ ଖାଲି ହୋଇଯିବ । ସୋନିଆ ହେଉଛନ୍ତି ଦଳର ମୁଖ୍ୟ । ଯେପର୍ଯ୍ୟନ୍ତ ସେ ଏକ ଉପଯୁକ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ନକରନ୍ତି ସେ ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ ବୋଲି ଅଭିଷେକ ଜଣାଇଛନ୍ତି ।

ସୋନିଆ ଗାନ୍ଧୀ ବର୍ତ୍ତମାନ କଂଗ୍ରେସ ଦଳର ଅନ୍ତରୀଣ ଅଧିକ୍ଷ ରହିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ସେ 2017ରେ ଦଳର ଅଧକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧକ୍ଷ ଚୟନ କରାଯାଇଥିଲା, କିନ୍ତୁ ମେ 2019ରେ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେଇଥିଲେ, ଯାହା ଫଳରେ ସୋନିଆଙ୍କୁ ଅନ୍ତରୀଣ ଅଧକ୍ଷ ଭାବରେ ଦଳର ପଦଭାର ସମ୍ଭାଳିବାକୁ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.