ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । 54 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ବିରୁଦ୍ଧରେ କଂଗ୍ରେସ ଲକ୍ଷ୍ମଣ ରାଓ୍ବତଙ୍କୁ ଟିକେଟ ଦେଇଛି । ଅନ୍ୟପକ୍ଷେ କେଜ୍ରିଓ୍ବାଲଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।
![ଦିଲ୍ଲୀ ନିର୍ବାଚନ: 54ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କଲା କଂଗ୍ରେସ, ଆଦର୍ଶଙ୍କୁ ମିଳିଲା ଟିକଟ](https://etvbharatimages.akamaized.net/etvbharat/prod-images/5755205_con.jpg)
କଂଗ୍ରେସ ପକ୍ଷରୁ ଜାରି ପ୍ରାର୍ଥୀ ତାଲିକା ଅନୁସାରେ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଆଦର୍ଶ ଶାସ୍ତ୍ରୀଙ୍କୁ ଦ୍ବାରକାରୁ ଟିକେଟ ମିଳିଛି । ଆଦର୍ଶ ଆଜି ହିଁ ଆପ ଛାଡି କଂଗ୍ରେସର ହାତ ଧରିଥିଲେ । ସେହିପରି ଅଳକାଲାମ୍ବାଙ୍କୁ ଚାନ୍ଦନୀଚୌକ, ରାଧିକା ଖେଡାଙ୍କୁ ଜନକପୁରୀ, ଅମରିନ୍ଦର ସିଂହ ଲଭଲିଙ୍କୁ ଗାନ୍ଧୀନଗର ଆସନରୁ ଟିକେଟ ଦେଇଛି କଂଗ୍ରେସ ।
ପୂର୍ବରୁ ଆମ ଆଦମୀ ପାର୍ଟି ସମସ୍ତ 70 ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି ଶୁକ୍ରବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଦିଲ୍ଲୀ ବିଧାନସଭା ପାଇଁ 8 ଫେବୃଆରୀ ମତଦାନ ହେବାକୁ ଥିବା ବେଳେ 11 ଫେବୃଆରୀରେ ଫଳାଫଳ ପ୍ରକାଶ ପାଇବ ।