ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସରିଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ବର୍ତ୍ତମାନ ଆଉ ଅଳ୍ପଦିନ ପରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟର ମତଦାନ । ଏହାପୂର୍ବରୁ ଜୋରଦାର ପ୍ରସ୍ତୁତିରେ ଲାଗିଛି ସମସ୍ତ ରାଜନୈତିକ ଦଳ । ନିଜ ନିଜ ଦଳ ପାଇଁ ପ୍ରାର୍ଥୀ ଚୟନ କରିବାକୁ ରାଜନୈତିକ ଦଳ ଗୁଡିକ କରୁଛନ୍ତି ମାନସ ମନ୍ଥନ । ଏହି କ୍ରମରେ କଂଗ୍ରେସ ଆଜି(ଶନିବାର) ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା । ଯେଉଁଥିରେ ହରିୟାଣା, ମଧ୍ୟ ପ୍ରଦେଶ ଉତ୍ତର ପ୍ରଦେଶର ୧୮ ଜଣ ପ୍ରାର୍ଥୀଙ୍କ ନାଁ ରହିଛି ।
-
Congress Central Election Committee announces the next list of candidates for the ensuing elections to the Lok Sabha. pic.twitter.com/RXPrp68rNI
— Congress (@INCIndia) April 13, 2019 " class="align-text-top noRightClick twitterSection" data="
">Congress Central Election Committee announces the next list of candidates for the ensuing elections to the Lok Sabha. pic.twitter.com/RXPrp68rNI
— Congress (@INCIndia) April 13, 2019Congress Central Election Committee announces the next list of candidates for the ensuing elections to the Lok Sabha. pic.twitter.com/RXPrp68rNI
— Congress (@INCIndia) April 13, 2019
ହରିୟାଣାର ହାଇ ପ୍ରୋଫାଇଲ ଆସନ ରୋହତକରୁ ଦଳ ଦିପେନ୍ଦ୍ର ସିଂ ହୁଡ୍ଡାଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ସେହିପରି ଆମ୍ବାଲାରୁ କୁମାରୀ ଶୈଲେଜାଙ୍କୁ ଟିକେଟ ଦେଇଛି ଦଳ । ହରିୟାଣାର ସିରସାରୁ ଅଶୋକ ତନୱାର, ଭିବାନୀ-ମହେନ୍ଦ୍ରାଗଡରୁ ସ୍ମୃତି ଚୌଧୁରୀ, ଗୁରୁଗ୍ରାମରୁ କ୍ୟାପ୍ଟେନ ଅଜେୟ ସିଂ ଯାଦବ ଓ ଫରିଦାବାଦରୁ ଲଲିତ ନାଗରଙ୍କୁ ଦଳ ଟିକେଟ ପ୍ରଦାନ କରିଛି ।
ସେହିପରି ମଧ୍ୟପ୍ରଦେଶର ଭିଣ୍ଡ ଲୋକସଭ ଆସନରୁ ଦେବାଶିଷ ଜାରାରିଆ, ଗ୍ବାଲିୟାରରୁ ଅଶୋକ ସିଂ, ଧାରରୁ ଦିନେଶ ଗିରୱାଲଙ୍କୁ ଟିକେଟ ମିଳିଛି । ୟୁପିର ମହାନଲାଲଗଞ୍ଜରୁ ଆରକେ ଚୌଧୁରୀ, ଆମ୍ବେଦକର ନଗରରୁ ଉମ୍ମିଦ ସିଂ ନିଷାଦ, ଗୋଣ୍ଡାରୁ କୃଷ୍ଣା ପଟେଲ, ବସ୍ତିରୁ ରାଜ କିଶୋର ସିଂ, ସାଲେମପୁରରୁ ରାଜେଶ ମିଶ୍ର, ଜୌନପୁରରୁ ଦେବବ୍ରତ ମିଶ୍ରା, ଗାଜିପୁରରୁ ଅଜିତ ପ୍ରତାପ କୁଶୱାହ, ଚାନ୍ଦୌଳିରୁ ଶିବ କନ୍ୟା କୁଶୱାହ ଓ ଭାଦୋହିରୁ ରମାକାନ୍ତ ଯାଦବକୁ ଟିକେଟ ମିଳିଛି ।