ହାଇଦ୍ରାବାଦ: ମହାରାଷ୍ଟ୍ର ଓ ହରିୟାଣାରେ ଏବେ ନିର୍ବାଚନ ମାହୋଲ । ଏହି ନିର୍ବାଚନକୁ ନେଇ ବିଜେପି କଂଗ୍ରେସ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଠିକ ଏତିକି ବେଳେ ବୁଧବାର କଂଗ୍ରେକୁ ପୋଡିଶୀ କର୍ଣ୍ଣାଟକରୁ ଲାଗିଛି ଯୋରଦାର ଝଟକା । ଦଳର ରାଜ୍ୟସଭା ସାଂସଦ କେସି ରାମମୂର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ତାଙ୍କର ଇସ୍ତଫା ମଧ୍ୟ ଗ୍ରହଣ ହୋଇଥିବା ଜଣାପଡିଛି ।
ତେବେ କେଉଁ କାରଣ ପାଇଁ ରାମ ମୂର୍ତ୍ତୀ ଇସ୍ତଫା ଦେଲେ ତାହ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।