ETV Bharat / bharat

'ସର୍ଜିକାଲ ଷ୍ଟ୍ରାଇକକୁ ଭିଡିଓ ଗେମ୍ କହିବା ସେନା ପ୍ରତି ଅପମାନ' - BJP

ନିର୍ବାଚନ ଋିତୁରେ ବିଜେପି ଓ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଜୋରଦାର ଭାବେ ମୁହାଁମୁହିଁ ହୋଇଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଫଟୋ ସୌଜନ୍ୟ: @Congress
author img

By

Published : May 4, 2019, 9:01 PM IST

ନୂଆଦିଲ୍ଲୀ: ସାଧାଣର ନିର୍ବାଚନ ଗୋଟିଏ ପଟେ ସରି ସରି ଆସୁଥିବା ବେଳେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ଲଢେଇ ବେଶ ରୋଚକ ହେବାରେ ଲାଗିଛି । ବର୍ତ୍ତମାନ ଯାଏ ୪ଟି ପର୍ଯ୍ୟାୟର ମତଦାନ ସରିଥିବା ବେଳେ ମେ ୬ରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ । ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଜୋରଦାର ଭାବେ ମୁହାଁମୁହିଁ ହେଉଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଦେଶର ସେନା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ମୋଦି ଚିନ୍ତା କରୁଛନ୍ତି ସେନା ହେଉଛି ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି । ୟୁପିଏ ସରକାର ଶାସନକାଳରେ ବହୁଥର ସର୍ଜିକାଲ କରାଯାଇଛି । କିନ୍ତୁ ସେନାର ଷ୍ଟ୍ରାଇକକୁ ଭିଡିଓ ଗେମ୍ କହି ପିଏମ ମୋଦି ଦେଶର ସେନାକୁ ବଦନାମ କରୁଛନ୍ତି । ସେନା କୌଣସି ବ୍ୟକ୍ତିଙ୍କ ହୋଇ ନଥାଏ, ବରଂ ଦେଶର ହୋଇଥାଏ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦେଶ ଆଗରେ ସବୁଠାରୁ ବଡ ବିଷୟ ହେଉଛି ବେରୋଜଗାର । ପିଏମ ଦେଶର ଅର୍ଥବ୍ୟବସ୍ଥାକୁ ଧ୍ବଂସ କରି ଦେଇଛନ୍ତି । ମୋଦି ଦେଶର କୋଟି କୋଟି ଯୁବବର୍ଗଙ୍କୁ ରୋଜଗାରର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଦେଶ ୪୫ ବର୍ଷର ସବୁଠାରୁ ଭୟଙ୍କର ବେକାରୀ ସମସ୍ୟା ଦେଇ ଗତି କରୁଛି । ମୋଦିଙ୍କ ପାଖରେ ରୋଜଗାରକୁ ନେଇ କୌଣସି ସଠିକ ପ୍ଲାନ ନାହିଁ । ପିଏମ ମୋଦିଙ୍କ ପାଖରେ ପ୍ରେସ କନଫରେନ୍ସ କରିବାର ସାହସ ନାହିଁ । ଚଳିତ ଲୋକସଭା ନିର୍ବାଚନରେ ମୋଦି ପରାଜିତ ହେବେ ବୋଲି ରାହୁଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ବିଗତ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଶାସନକାଳରେ ସେନା ତରଫରୁ ବହୁଥର ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । କିନ୍ତୁ ତତ୍କାଳୀନ ସରକାର ଏହାକୁ କେବେ ମଧ୍ୟ ନିର୍ବାଚନ ଓ ଭୋଟ ପାଇବା ପାଇଁ ବ୍ୟବହାର କରିନାହିଁ । ଯାହା ପରେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରି ୬ ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଥିବାର କଥା କହିଥିଲେ । ଯାହା ପରେ ଏହାକୁ ନେଇ ଜୋରଦାର ତର୍କ ବିତର୍କ ଆରମ୍ଭ ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.