ETV Bharat / bharat

ସ୍ଥାପନା ଦିବସରେ କଂଗ୍ରେସର 'ସମ୍ବିଧାନ ବଞ୍ଚାଅ' ପଦଯାତ୍ରା

author img

By

Published : Dec 28, 2019, 10:57 AM IST

କଂଗ୍ରେସର ଆଜି 135ତମ ସ୍ଥାପନା ଦିବସ । ପ୍ରତିଷ୍ଠା ଦିବସରେ 'ସମ୍ବିଧାନ ବଞ୍ଚାଅ' ପଦଯାତ୍ରା ବାହାର କରିବ କଂଗ୍ରେସ । ଅଧିକ ପଢନ୍ତୁ...

congress
ସ୍ଥାପନା ଦିବସରେ 'ସମ୍ବିଧାନ ବଞ୍ଚାଅ' ମାର୍ଚ କାଢିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ସ୍ଥାପନା ଦିବସ ଅବସରରେ ଶନିବାର ପାର୍ଟି ପକ୍ଷରୁ ସାରା ଦେଶରେ ପଦଯାତ୍ରା ବାହାରିବ । 'ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ' ନାରାରେ ପଦଯାତ୍ରା ବାହାରିବ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ସାଂସଦ ରାହୁଲ ଗାନ୍ଧୀ ଗୌହାଟୀରେ ପଦଯାତ୍ରାର ନେତୃତ୍ବ ନେବେ ।

ପାର୍ଟି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବେ ସୋନିଆ ଗାନ୍ଧୀ

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବେ । କଂଗ୍ରେସର ସ୍ଥାପନା ଦିବସରେ ଦିଲ୍ଲୀ ଓ ରାଜ୍ୟରେ ଥିବା ପାର୍ଟି ମୁଖ୍ୟାଳୟରେ ପତାକା ଉତ୍ତୋଳନର ପରମ୍ପରା ରହିଛି ।

ପଢାଯିବ ସମ୍ବିଧାନର ପ୍ରସ୍ତାବନା

ଚଳିତ ବର୍ଷ କଂଗ୍ରେସର 135 ତମ ସ୍ଥାପନା ଦିବସରରେ ରାଜ୍ୟର ରାଜଧାନୀଗୁଡିକରେ କଂଗ୍ରେସ କମିଟିର ଅଧ୍ୟକ୍ଷଙ୍କ ନେତୃତ୍ବରେ ପଦଯାତ୍ରା ବାହାର କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 'ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ' ନାରାରେ ହେବାକୁ ଥିବା ଏହି ପଦଯାତ୍ରାରେ ସମ୍ବିଧାନ ପଢାଯିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.