ବେଙ୍ଗାଲୁରୁ: ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକର ଦେଖା ଦେଇଥିବା ରାଜନୈତିକ ସଙ୍କଟ ଏବେ ମଧ୍ୟ ଜାରି ରହିଛି । ରାଜନୈତିକ ଉଷ୍ମତା ବର୍ତ୍ତମାନ ରାଜ୍ୟ ରାଜଧାନୀ ବେଙ୍ଗାଲୁରୁରୁ ଯାଇ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି।
ଗୋଟିଏ ପଟେ ରାଜ୍ୟରେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ ସୁରେଶ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଥିବା ବେଳେ ବୈଠକରେ କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଦଳ ନେତା ସିଦ୍ଧରମେୟା, ପ୍ରିୟଙ୍କ ଖାର୍ଗେ ଓ ଅନ୍ୟ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଛନ୍ତି ।