ETV Bharat / bharat

କୁମାରସ୍ବାମୀଙ୍କ ପରାଜୟ: ବିଜେପି ଉପରେ ବର୍ଷିଲେ ପ୍ରମୁଖ ବିରୋଧୀ ଦଳ - କର୍ଣ୍ଣାଟକ ସଙ୍କଟ

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ । ରାଜ୍ୟରେ ଲୋଭର ବିଜୟ ହୋଇଛି ବୋଲି ନେତା ରାହୁଲ ଗାନ୍ଧୀ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 24, 2019, 11:31 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ପତନ ପରେ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ । ରାଜ୍ୟରେ ଲୋଭର ବିଜୟ ହୋଇଛି ବୋଲି ନେତା ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇ ବିଜେପି ଉପରେ ବର୍ଷିଛନ୍ତି ।

ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଠନ ହେବାର ପ୍ରଥମ ଦିନରୁ ହିଁ ବିଜେପି ଏହାକୁ ଟାର୍ଗେଟ କରିଥିଲା । ଯେଉଁଲୋକମାନେ ନିଜ ଶାସନ କ୍ଷମତା ରାସ୍ତାରେ ମେଣ୍ଟ ସରକାରକୁ କଣ୍ଟା ଭଳି ଦେଖୁଥିଲେ ସେମାନେ ଆଜି ପ୍ରଲୋଭନ ଦେଖାଇ ବିଜୟୀ ହୋଇଛନ୍ତି । ଏହା ଲୋକତନ୍ତ୍ର, ସଚ୍ଚୋଟତା ଓ କର୍ଣ୍ଣାଟକ ଜନତାଙ୍କର ପରାଜୟ ବୋଲି ସେ କହିଛନ୍ତି ।

ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏନେଇ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ସବୁ ଜିନିଷ କିଣାବିକାରେ ହୋଇପାରେ ନାହିଁ । ସବୁ ଜିନିଷକୁ ନିଲାମ କରାଯାଇ ପାରିବ ନାହିଁ । ପ୍ରତ୍ୟେକ ମିଛର ପର୍ଦ୍ଦାଫାଶ ହୋଇଥାଏ । ଏହି କଥା ବିଜେପି ଦିନେ ନା ଦିନେ ବୁଝିବ । ସେହିଦିନ ଯାଏଁ ଆମ ଦେଶର ଜନତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସେପଟେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଏହାକୁ ଲୋକତନ୍ତ୍ରର କଳାଦିନ ବୋଲି କହିଛନ୍ତି । କର୍ଣ୍ଣାଟକ ବିଧାୟକଙ୍କୁ ମୁମ୍ବାଇରେ ରହିବା ପାଇଁ ଟଙ୍କା ଦିଆଗଲା । ଯାହା ବିଶ୍ବର ସବୁଠୁ ବଡ ଲୋକତନ୍ତ୍ରର ଦେଶ ପାଇଁ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ସେହିପରି ଓମାର ଅବ୍ଦୁଲା ମଧ୍ୟ ଏହାକୁ ଲୋକତନ୍ତ୍ରର ହତ୍ୟା ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କର୍ଣ୍ଣାଟକର ଏକମାତ୍ର ବହୁଜନ ସମାଜବାଦୀ ପାର୍ଟି ବିଧାୟକ ଏନ୍‌ ମହେଶ ଆସ୍ଥା ଭୋଟରେ ଉପସ୍ଥିତ ନ ହେବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ମଙ୍ଗଳବାର ଗୃହରେ ଉପସ୍ଥିତ ରହି କୁମାରସ୍ବାମୀଙ୍କ ସପକ୍ଷରେ ଭୋଟ ଦେବାକୁ ବିଏସପି ସୁପ୍ରିମୋ ମାୟାବତୀ ମହେଶଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ଗୃହରେ ଯୋଗଦେଇନଥିବା ଖବର ପାଇବା ମାତ୍ରେ ମାୟାବତୀ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୁପ ମହେଶଙ୍କୁ ଦଳରୁ ବିଦା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏଚଡି କୁମାରସ୍ବାମୀଙ୍କ ସରକାର ମଙ୍ଗଳବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲା । ଆସ୍ଥା ଭୋଟରେ ସରକାରଙ୍କ ପକ୍ଷରେ ୯୯ ଭୋଟ ଓ ବିଜେପି ସପକ୍ଷରେ ୧୦୫ ଜଣ ବିଧାୟକ ଭୋଟ ଦେଇଥିଲେ ।

New Delhi, July 24 (ANI): President Ram Nath Kovind attended a cultural event "Divya Kala Shakti: Witnessing Ability in Disability" in New Delhi yesterday. The event was organised by Ministry of Social Justice and Empowerment. The programme was anchored by 3 youths with visual impairments disabilities. The Vice President and Chairman, RajyaSabha Shri M. Venkaiah Naidu, the Prime Minister Shri Narendra Modi, the Speaker, LokSabha Shri Om Birla were the Guests of Honour. After the event, PM Modi interacted with divyang children.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.