ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପରୀକ୍ଷା JEE ଏବଂ NEET ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିଠି ଲେଖିଛନ୍ତି ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। କୋରୋନାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ଚୌଧୁରୀ। କଂଗ୍ରେସ ନେତା କହିଛନ୍ତି ଯେ ପରିସ୍ଥିତି ସୁଧାରିବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଉ।
ଅଧିର ରଞ୍ଜନ ଚୌଧୁରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ପରୀକ୍ଷା ସମୟରେ କିପରି ଏହି ସଂକ୍ରମଣରୁ ବଞ୍ଚି ପାରିବେ ସେନେଇ ଛାତ୍ରଛାତ୍ରୀ ମାନସିକ ଚାପ ଅଛନ୍ତି। ମହାମାରୀର ଏହି ସମୟରେ ଛାତ୍ରମାନେ ସେମାନଙ୍କ ଚିନ୍ତା ବିଷୟରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି ।
କଂଗ୍ରେସ ନେତା ତାଙ୍କ ଚିଠିରେ ଲେଖିଛନ୍ତି ଯେ ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପ୍ରାୟ 70 ହଜାର ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ପରୀକ୍ଷା ତାରିଖରେ ଏକ ସମୀକ୍ଷା କରାଯିବା ଆବଶ୍ୟକ କାରଣ ଏଥିରେ ପ୍ରାୟ 25 ଲକ୍ଷ ଛାତ୍ରଛାତ୍ରୀ ସାମିଲ ହେବେ।
ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ଯେ ଆମର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସରକାରଙ୍କୁ ଅନୁରୋଧ କରୁଛନ୍ତି। ତେବେ ଏମାନଙ୍କ ମନର କଥା ପ୍ରଧାନମନ୍ତ୍ରୀ ଶୁଣିବା ଉଟିତ ବୋଲି ସେ କହିଛନ୍ତି ।