ETV Bharat / bharat

ରାଜସ୍ଥାନ ରାଜନୀତି: ଆରମ୍ଭ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ, ଯୋଗଦେଲେନି ସଚିନ - congress legislature meet

ରାଜସ୍ଥାନରେ ଜାରି ରହିଥିବା କ୍ଷମତା ଲଢେଇ ଭିତରେ ଆଜିର କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ହୋଟେଲ ଫାୟାର ମାଉଣ୍ଟରେ ହେଉଥିବା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ଯୋଗ ଦେଇନାହାଁନ୍ତି ।

ରାଜସ୍ଥାନ ରାଜନୀତି: ଆରମ୍ଭ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ, ଯୋଗଦେଲେନି ସଚିନ

author img

By

Published : Jul 14, 2020, 12:41 PM IST

ଜୟପୁର: ରାଜସ୍ଥାନରେ ଜାରି ରହିଥିବା କ୍ଷମତା ଲଢେଇ ଭିତରେ ଆଜିର କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ହୋଟେଲ ଫାୟାର ମାଉଣ୍ଟରେ ହେଉଥିବା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ଯୋଗ ଦେଇନାହାଁନ୍ତି ।

ରାଜସ୍ଥାନ ରାଜନୀତି: ଆରମ୍ଭ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ, ଯୋଗଦେଲେନି ସଚିନ
ରାଜସ୍ଥାନ ରାଜନୀତି: ଆରମ୍ଭ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ, ଯୋଗଦେଲେନି ସଚିନ

ଶୀର୍ଷ ନେତୃତ୍ବର ତମାମ ପ୍ରୟାସ ପରେ ମଧ୍ୟ ସଚିନ ନିଜ ଜିଦ୍‌ରେ ଅଟଳ ହେବା ସହ ବୈଠକରେ ଯୋଗଦେଇନଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗଦେଇଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ସଚିନଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ଯୋଗଦେଇନଥିଲେ । ତେବେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ହୋଟେଲକୁ ନିଆଯାଇଥିବାବେଳେ ସେଠାରେ ଆଜି ପୁଣି ବୈଠକ ବସୁଛି । ତେବେ ଏହି ବୈଠକରେ ସଚିନଙ୍କୁ ଯୋଗଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା । ହେଲେ ସେ ଏଥିରେ ଯୋଗଦେଇନାହାଁନ୍ତି ।

ସୂଚନାଥାଉକି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଛି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ନିଜ ସମର୍ଥକ ବିଧାୟକଙ୍କ ସହ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ସେ ପ୍ରଥମେ କଂଗ୍ରେସ ନେତୃତ୍ବଙ୍କ ସହ ଆଲୋଚନା କରିଥିବାବେଳେ ଏବେ ବିଜେପି ନେତୃତ୍ବଙ୍କ ସହିତ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କର ବିଜେପି ଯିବାର କୌଣସି ଯୋଜନା ନଥିବା ସଚିନଙ୍କ ନିକଟତମ ବିଧାୟକ ସୂଚନା ଦେଇଛନ୍ତି ।

ସେପଟେ ସରକାରରେ ନିଜ ସମର୍ଥନ ଦେଖାଇବାକୁ ଅଶୋକ ଗେହଲଟ ମଧ୍ୟ ନିଜ ଚାଲ ଖେଳିଛନ୍ତି । ସୋମବାର ନିଜ ସମର୍ଥକ ବିଧାୟକଙ୍କୁ ବାସଭବନକୁ ଡାକି ସେଠାରେ ବୈଠକ କରିଛନ୍ତି । ବୈଠକରେ ନିଜ ସମର୍ଥନରେ ସବୁ ବିଧାୟକ ଥିବା ଦେଖାଇ ସମସ୍ତଙ୍କୁ ବସ୍‌ରେ ଏକ ହୋଟେଲକୁ ନେଇଛନ୍ତି । ଏହାସହ ନିଜ ସମର୍ଥନରେ 102 ବିଧାୟକ ଥିବା ଦର୍ଶାଇଛନ୍ତି ।

ହେଲେ ଏହାକୁ ସଚିନ ଖଣ୍ଡନ କରିବା ସହ ଅଶୋକ ଗେହଲଟଙ୍କ ଦାବି ସମ୍ପୂର୍ଣ୍ଣ ମିଥ୍ୟା । କାରଣ ମୋ ସହ ହିଁ ବର୍ତ୍ତମାନ 25 ଜଣ ବିଧାୟକ ଅଛନ୍ତି ବୋଲି ସଚିନ କହିଛନ୍ତି । ଏପରିକି ଦିଲ୍ଲୀରେ ତାଙ୍କ ସମର୍ଥକ ବିଧାୟକମାନଙ୍କ ସହିତ ସେ ଆଲୋଚନା କରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ମିଳିଥିବା ସୂଚନା ଅନୁସାରେ, ସୋମବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ, ଅହମ୍ମଦ ପଟେଲ ଓ ପି. ଚିଦାମ୍ବରମଙ୍କ ଭଳି 5 ବଡ ନେତାଙ୍କୁ ସାକ୍ଷାତ କରିଛନ୍ତି ସଚିନ ପାଇଲଟ୍ । ସେମାନେ ସଚିନଙ୍କୁ ଜୟପୁର ଫେରିଯିବାକୁ କହିଥିବା କୁହାଯାଉଛି ।

ଅନ୍ୟପଟେ କଂଗ୍ରେସ ସରକାରର ଏପରି ସ୍ଥିତି ଦେଖି ହାଇକମାଣ୍ଡ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା, ଦଳର ବରିଷ୍ଠ ନେତା ଅବିନାଶ ପାଣ୍ଡେ ଓ ଅଜୟ ମାର୍କନଙ୍କୁ ସେଠାକାର ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜୟପୁର ପଠାଇଛନ୍ତି ।

ତେବେ ଏସବୁ ଭିତରେ ରାଜ୍ୟକାର୍ଯ୍ୟାଳୟରେ ଲାଗିଥିବା ସଚିନ ପାଇଲଟଙ୍କ ଫଟୋକୁ କାଢି ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି । ତେବେ ସରକାର କରିବାକୁ 101ଟି ବିଧାୟକଙ୍କ ସମର୍ଥନ ଦରକାର ଥିବାବେଳେ ଅଶୋକ ଗେହଲଟ୍‌ ସରକାର ନିଜ ସମର୍ଥନରେ ଏବେ ସୁଦ୍ଧା 109 ଜଣ ବିଧାୟକ ଥିବା ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.