ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷାଙ୍କ ବାସଭବନରେ ପହଞ୍ଚିଛନ୍ତି ଦଳର ବରିଷ୍ଠ ନେତା । ଲୋକସଭାରେ ଦଳର ସଂସଦୀୟ ନେତା ଅଧିର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, କେସି ବେଣୁଗୋପାଳ ଏବଂ ଅନ୍ୟ ବରିଷ୍ଠ ନେତା ମଧ୍ୟ 10 ଜନପଥସ୍ଥିତ ବାସଭବନରେ ପହଞ୍ଚିଛନ୍ତି।
ଏ ପଟେ ସଂସଦରେ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ । କେଉଁ ପ୍ରସଙ୍ଗ ଉପରେ ଦଳ କେନ୍ଦ୍ର ସରକାରଙ୍କୁ ଘେରିବ ସେ ନେଇ ବୈଠକରେ ସ୍ଥିର ହୋଇପାରେ । ବୈଠକରେ ସୋନିଆ ଗାନ୍ଧୀ ଉପସ୍ଥିତ ଅଛନ୍ତି ।