ETV Bharat / bharat

CWC ବୈଠକ ଆରମ୍ଭ, କାର୍ଯ୍ୟାଳୟରେ ପହଁଞ୍ଚିଲେ ହେଭିଓ୍ବେଟ

ଅଧ୍ୟକ୍ଷ ପଦ ପାଇଁ ପୁଣି କସରତ ଆରମ୍ଭ । କଂଗ୍ରେସ କାର୍ଯ୍ୟାଳୟରେ ପହଁଞ୍ଚିଲେ ବରିଷ୍ଠ ନେତା । ଆଜି ଦିନରେ ଦ୍ବିତୀୟ ଥର ପାଇଁ ବସିଲା CWC ବୈଠକ ।

author img

By

Published : Aug 10, 2019, 9:16 PM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । ଦିନରେ ବସିଥିବା ବୈଠକରେ ଅଧ୍ୟକ୍ଷ ପଦରୁ ହଟି ପାରିନଥିଲା ସସପେନ୍ସ । ଆଜି ଦ୍ବିତୀୟ ଥର ପାଇଁ ଏହି ବୈଠକ ବସିଥିବା ବେଳେ ଦଳର ନୂଆ କ୍ୟାପଟେନ କିଏ ହେବ ? ସେ ନେଇ ଚାଲିଛି କସରତ । କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦଳର ହେଭିୱେଟ ।

ପୂର୍ବତନ କଂଗ୍ରସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଦି କାର୍ଯାଳୟରେ ପହଁଞ୍ଚିଛନ୍ତି ।

ସକାଳେ ବସିଥିବା ବୈଠକରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯୋଗଦେଇଥିଲେ ମଧ୍ୟ ଅଧାରୁ ବୈଠକ ତ୍ୟାଗ କରିଥିଲେ । ତେବେ ପୁଣି ବସିଥିବା ବୈଠକରେ ଉଭୟ ଯୋଗଦେବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୋନିଆଙ୍କ ଉପସ୍ଥିତି ଦେଖିବାକୁ ମିଳିଛି ।

Slug - ଯୁବକଙ୍କ ମୃତଦେହ ଉଦ୍ଧାର

Format - AVO

Place- khurda,30.4.19

Visual- WhatsApp

ଆଙ୍କର : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତ  ପୁଆଣିଆ  ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୩୮) ପୁଆଣିଆ ଆମ୍ୱଗାଡିଆ ପାଖରେ ଥିବା ଚୂଆରେ ପଡି ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ ସନ୍ତୋଷ ଦୁଇ ଦିନ ତଳୁ ନିଖୋଜ ରହିଥିବା ପରିବାର ପକ୍ଷରୁ ବୋଲଗଡ଼ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ତାଙ୍କର ମୃତ ଦେହ ଚୁଆରେ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ସନ୍ତୋଷ କିପରି ଭାବେ ଚୁଆରେ ପଡିଲେ ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଦାବୀ କରିଛନ୍ତି ପରିବାର ଲୋକ । ଘଟଣା ସ୍ଥାନରେ ବୋଲଗଡ଼ ପୋଲିସ ପହଂଚି ମୃତଦେହକୁ ଜବତ କରି ଖୋର୍ଦ୍ଧା ମୁଖ୍ୟଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.