ETV Bharat / bharat

ଦୀର୍ଘ ଦିନର ମହାସଂଗ୍ରାମ ପରେ ଗେହଲଟ-ପାଇଲଟ ଭେଟଘାଟ

author img

By

Published : Aug 13, 2020, 6:05 PM IST

Updated : Aug 13, 2020, 6:26 PM IST

ଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଭେଟଘାଟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ପାଇଲଟ ଓ ଗେହଲଙ୍କ ସାକ୍ଷାତ ହୋଇଛି । ଅଧିକ ପଢନ୍ତୁ...

ଦୀର୍ଘ ଦିନର ମହାସଂଗ୍ରାମ ପରେ ଗେହଲଟ-ପାଇଲଟଙ୍କ ଭେଟଘାଟ

ଜୟପୁର: ଦୀର୍ଘ ଦିନର ମହାସଂଗ୍ରାମ ପରେ ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଭେଟଘାଟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ପାଇଲଟ ଓ ଗେହଲଙ୍କ ସାକ୍ଷାତ ହୋଇଛି । ତେବେ ଏହି ଭେଟଘାଟ ସମୟରେ ଉଭୟ ବେଶ ଜୋଶର ସହ କରମର୍ଦ୍ଦନ କରିଥିବା ଦେଖିବାକୁ ମିଳିଛି ।

ଦୀର୍ଘ ଦିନର ମହାସଂଗ୍ରାମ ପରେ ଗେହଲଟ-ପାଇଲଟ ଭେଟଘାଟ

ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆଉ କିଛି ସମୟ ପରେ ରାଜ୍ୟ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହେବାକୁ ଯାଉଛି । ଏହା ସହ ଶୁକ୍ରବାର ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ ବୋଲି ମଧ୍ୟ ଜଣାପଡିଛି ।

କଂଗ୍ରେସ କକପିଟକୁ ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ ଗେହଲଟ ସରକାରଙ୍କ ଉପରୁ ସଙ୍କଟ ଟଳିବା ପରି ନଜର ଆସୁଛି । ତେବେ ବୈଠକରେ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ନେଇ ଚର୍ଚ୍ଚା ହୋଇପାରେ । ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପାଇଲଟ ଓ ବିଦ୍ରୋହୀ ବିଧାୟକ ଜୟପୁର ପହଞ୍ଚିବାର 2 ଦିନ ହୋଇଗଲାଣି । ହେଲେ ଏତେପର୍ଯ୍ୟନ୍ତ ପାଇଲଟ ଓ ଗେହଲଟଙ୍କ ସାକ୍ଷାତ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2020, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.