ETV Bharat / bharat

'ଦେଶବାସୀଙ୍କ ସ୍ବର ଦବାଇବାକୁ ଚାହୁଁଛନ୍ତି ମୋଦି' - ନାଗରିକତା ସଂଶୋଧନ ଆଇନ୍‌

ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସ୍ମାରକୀ ନିକଟରେ ବିକ୍ଷୋଭ କରିଛି କଂଗ୍ରେସ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜାଣନ୍ତୁ ସେ କ'ଣ କହିଛନ୍ତି...

rahul gandhi target PM modi
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 23, 2019, 10:21 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି। କେନ୍ଦ୍ର ସରକାରଙ୍କ ଏହି ଆଇନ୍‌ ବିରୋଧରେ ଆଜି କଂଗ୍ରେସ ମଧ୍ୟ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସ୍ମାରକୀ ନିକଟରେ ବିକ୍ଷୋଭ କରିଛି। ଏହି ବିକ୍ଷୋଭର ନାଁ 'ସତ୍ୟାଗ୍ରହ' ରଖାଯାଇଛି । ତେବେ ଏହି ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସ୍ବର ଦବାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାର ପ୍ରୟାସ ଦେଶର ଶତ୍ରୁ କରିଥିଲେ। ହେଲେ ସେମାନେ ଏଥିରେ ବିଫଳ ହୋଇଥିଲେ। ହେଲେ ଦେଶର ଶତ୍ରୁ ଯାହା କରିପାରିନଥିଲେ ତାହା ପ୍ରଧାନମନ୍ତ୍ରୀ ମୋଦି କରୁଛନ୍ତି। ଛାତ୍ରଙ୍କୁ ଗୁଳି କରି, ସେମାନଙ୍କ ଉପରେ ଲାଠିଚାର୍ଜ କରି ଏବଂ ସାମ୍ବାଦିକଙ୍କୁ ଧମକ ଦେଇ ଦେଶବାସୀଙ୍କ ସ୍ବର ଦବାଇବାର ପ୍ରୟାସ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସେପଟେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ବିକ୍ଷୋଭରେ ଯୋଗଦେଇ ଉତ୍ତର ପ୍ରଦେଶରେ ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ କରୁଣ କାହାଣୀ କହିଥିଲେ। କଂଗ୍ରେସ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମର୍ଥନ କରିଛି।

ଏହି ଆନ୍ଦୋଳନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଯୋଗଦେଇ ସମ୍ବିଧାନର ରକ୍ଷା କରିବା ପାଇଁ ସଂକଳ୍ପ ନେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.