ETV Bharat / bharat

‘ମୁଁ କାମର କଥା କହିବି, ମନର କଥା ନୁହେଁ’

ହରିୟାଣାରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ଉପରେ ଗର୍ଜିଲେ ରାହୁଲ । ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମକୁ ଟାର୍ଗେଟ କରି ରାହୁଲ କହିଲେ ମୁଁ ‘କାମ କି ବାତ’ କରିବି ‘ମନ କି ବାତ’ ନୁହେଁ ।

ରାହୁଲ ଗାନ୍ଧୀ
author img

By

Published : Oct 15, 2019, 3:48 PM IST

Updated : Oct 15, 2019, 4:09 PM IST

ଚଣ୍ଡୀଗଡ଼: ହରିୟାଣାରେ କଂଗ୍ରେସ ପ୍ରଚାର ମଙ୍ଗ ଧରିଲେ କଂଗ୍ରେସ ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ । ହରିୟାଣାରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ଉପରେ ଗର୍ଜିଲେ ରାହୁଲ । ସେପଟେ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମକୁ ଟାର୍ଗେଟ କରି କହିଲେ ମୁଁ ‘କାମ କି ବାତ’ କରିବି ‘ମନ କି ବାତ’ ନୁହେଁ । ହରିୟାଣାର ଗୁରୁଗ୍ରାମ ସଂସଦ ଅନ୍ତର୍ଗତ ନୁଃ ରେ ରାହୁଲ ଗାନ୍ଧୀ ଏକ ସାଧାରଣ ସଭାକୁ ସମ୍ବୋନ୍ଧିତ କରିବାକୁ ଯାଇ ବିଜେପି ସରକାର ଉପରେ ବର୍ଷିଥିଲେ ରାହୁଲ ।

ରାହୁଲ ପୁଣି କହିଛନ୍ତି, ‘ମୋଦି ମିଛ ପ୍ରତିଶୃତି ଦେଉଛନ୍ତି । ଏହି କଥାଟି ଖଟ୍ଟର ଜୀ ମଧ୍ୟ କୁହନ୍ତି । ସେ ମନ କି ବାତ କହୁଛନ୍ତି । ମୁଁ କାମ କି ବାତ କରିବି ଆଉ ଯାହାବି କହିବି ତାହା କରି ଦେଖେଇବି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ଏ ସମ୍ପର୍କରେ ପଚାରି ପାରିବେ ।’ ନୁଃ ର ମୁସଲମାନ ବହୁଳ ଅଞ୍ଚଳ ମରୋରାରେ ରାହୁଲ ଗାନ୍ଧୀ ବିଜେପିକୁ ମିଛୁଆ ବୋଲି କହିଛନ୍ତି ।

ରାହୁଲ କହିଛନ୍ତି, ‘ଆମେ ଦୁର୍ନୀତି ସହ ଲଢିବୁ । 2 କୋଟି ବୋକାର ଯୁବପୀଢୀଙ୍କୁ ରୋଜଗାର ଦିଆଯିବ ଏବଂ ଚାଷୀଙ୍କୁ ଲାଭବାନ ମୂଲ୍ୟ ମିଳିବ । ଅର୍ଥବ୍ୟବସ୍ଥାକୁ ପୁଣିଥରେ ପ୍ଲାଟଫର୍ମକୁ ଆଣିବାକୁ ହେଲେ ଶାସିତ ସରକାର ସାଧାରଣ ଲୋକଙ୍କ ଟଙ୍କା ଫେରାଇବାକୁ ପଡିବ । ବର୍ତ୍ତମାନ ଦେଶର ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଚାଲିଛି କିନ୍ତୁ ସେପଟେ ମୋଦି ଚନ୍ଦ୍ର କଥା କହୁଛନ୍ତି ।’

Intro:Body:

BLANK FOR LINK  

Conclusion:
Last Updated : Oct 15, 2019, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.