ETV Bharat / bharat

ଜିଡିପି ହ୍ରାସକୁ ନେଇ କେନ୍ଦ୍ରକୁ ପ୍ରିୟଙ୍କାଙ୍କ ପ୍ରଶ୍ନ - ମାନ୍ଦାବସ୍ଥା

ଦେଶର ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ରକୁ ପ୍ରିୟଙ୍କା ଗାନ୍ଧୀଙ୍କ ସମାଲୋଚନା । ନା ବୃଦ୍ଧି ହେଉଛି ଜିଡିପି ନା ସୃଷ୍ଟି ହେଉଛି ରୋଜଗାର। ‘ଆଚ୍ଛେ ଦିନ’ ର ନାରା ଦେଉଥିବା ସରକାରଙ୍କ ଏଭଳି ସ୍ଥିତିକୁ ନେଇ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ।

ଫାଇଲ ଫଟୋ
author img

By

Published : Aug 31, 2019, 1:51 PM IST

ନୂଆଦିଲ୍ଲୀ: ଦେଶର ଜିଡିପି ହ୍ରାସ ପାଇବାକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ କେନ୍ଦ୍ରକୁ କଡା ସମାଲୋଚନା । ଦେଶର ଆର୍ଥିକ ବ୍ୟବସ୍ଥା ଦିନକୁ ଦିନ ତଳକୁ ଖସୁଥିବା ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସେ। ଆଉ ଦେଶର ଏଭଳି ସ୍ଥିତି ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମହାସଚିବ।

ସେ ଟ୍ବିଟରରେ କହିଛନ୍ତି, ଦେଶର ବିକାଶ ଧାରା ସ୍ପଷ୍ଟ ଦେଖାଯାଉଛି । ‘ଆଚ୍ଛେ ଦିନ’ ର ନାରା ଦେଉଥିବା ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପମ୍ପଚର କରିଦେଇଛନ୍ତି । ନା ଜିଡିପିର ବୃଦ୍ଧି ହେଉଛି, ନା ରୋଜଗାର ମିଳୁଛି । ତେବେ ଦେଶର ଏଭଳି ସ୍ଥିତି ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Priyank on GDP
ଫଟୋ ସୌଜନ୍ୟ: ଟ୍ୱିଟର@priyankagandhi

ଗତ କିଛି ଦିନ ଦେବ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ବିଶ୍ବ ସ୍ତରରେ ମାନ୍ଦାବସ୍ଥା ଯୋଗୁଁ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରତି 3 ମାସରେ ଏହା 5.8 ପ୍ରତିଶତରୁ ଖସି 5 ପ୍ରତିଶତରେ ପହଞ୍ଚିଛି । ଏନେଇ ଗତକାଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏ ରିପୋର୍ଟ ପ୍ରକାଶ କରାଯାଇଛି।

ଗତକାଲି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ଏହି ମାନ୍ଦାବାସ୍ଥାକୁ ନେଇ ଦେଶର କେତେକ ସରକାରୀ ବ୍ୟାଙ୍କକୁ ଏକାଠି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ 27ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ 12ଟିରେ ପରିଣତ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.