ନୂଆଦିଲ୍ଲୀ: ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଜେଲରୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଚିକିତ୍ସା ଶେଷ ହେବା ସହ ସୁସ୍ଥ ହେବା ପରେ ପୁନର୍ବାର ଜେଲକୁ ଫେରିଛନ୍ତି ସେ ।
ଆଇଏନକ୍ସ ମିଡ଼ିଆ ଦୁର୍ନୀତିରେ ଛନ୍ଦି ହୋଇ ତିହାର ଜେଲରେ ଅଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ । ବିଚରାଧିନ କଏଦୀ ଭାବେ ଜେଲରେ ରହୁଛନ୍ତି ଚିଦାମ୍ବରମ । ସେପ୍ଟେମ୍ବର 30ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିବାବେଳେ ଅକ୍ଟୋବର 17 ପର୍ଯ୍ୟନ୍ତ ଜେଲରେ ରହିବାକୁ ନିର୍ଦ୍ଦେଶ ରହିଛି ।