ମୁମ୍ବାଇ: କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ମିଲିନ୍ଦ ଦେଓରା ଦେଶରେ ଲଗାଯାଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଜରୁରୀ କାଳୀନ ପରିସ୍ଥିତି ଆମକୁ ମନେପକାଇ ଦେଉଛି ଯେ ଲୋକତନ୍ତ୍ରରେ ଯେବେ ପରୀକ୍ଷାର ସମ୍ମୁଖୀନ ହେବ ସେତେବେଳେ ଏହାର ଉପସ୍ଥିତି ଅଧିକ ଶକ୍ତିଶାଳୀ ହୋଇଥାଏ ।
ଏହି କଂଗ୍ରେସ ନେତା ଏକ ଟ୍ବିଟ କରି କହିଛନ୍ତି 'ଏହା ରାଜନୈତିକ ଦଳମାନଙ୍କ ପ୍ରତି ମଧ୍ୟ ଏହା ଲାଗୁ ହେଲେ ଗଣତନ୍ତ୍ର ସଂଗଠନ ଗୁଡିକ ଆହୁରି ଉନ୍ନତି ହୋଇପାରିବ'। ଗଣତନ୍ତ୍ରରେ ବିକାଶ ଏକ ନିରନ୍ତର କାର୍ଯ୍ୟ ଯାହା ଜାରି ରହିବା ଆବଶ୍ୟକ । ଏହି କଂଗ୍ରେସ ନେତା କହିଛନ୍ତି ଗଣତନ୍ତ୍ରରେ ପ୍ରତିବଦ୍ଧତା, ବଳିଦାନ ଏବଂ ସଚ୍ଚୋଟ ଆନ୍ତରିକତାର ଆବଶ୍ୟକତା ରହିଛି ।